କଂଗ୍ରେସ୍ ପାଣି ଗୋଳିଆ ! କାଲି ନାଲିବତୀ, ଆଜି ପଦବୀ ଛାଡିଲେ ନରସିଂହ

33

କନକ ବ୍ୟୁରୋ : ନାଲୀବତିକୁ ନା କରିବା ପରେ ବିଧାନସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ତଫା ଦେଲେ ନରସିଂହ ମିଶ୍ର । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଏଭଳି ନିଷ୍ପତି ରାଜ୍ୟ ରାଜନୀତିରେ ଏକ ବଡ ଧରଣର ହଟଚମଟ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, କାହିଁକି ଇସ୍ତଫା ଦେଲେ ନରସିଂହ । କାହା ଉପରେ ରାଗିଛନ୍ତି ବିରୋଧୀ ଦଳନେତା । କଂଗ୍ରେସ ନା ସରକାର । ଆଗକୁ ଆହୁରି କଣ ବଡ ନିଷ୍ପତି ନେବେକି ନରସିଂହ । ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ପିସିସି ଶୃଙ୍ଖଳା କମିଟିର ଆଭିମୁଖ୍ୟକୁ ଫୁ କରିଦେଇଛନ୍ତି ବିରୋଧୀଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି ।

ପୂର୍ବରୁ ବିଧାନସଭାରେ ଅନେକ ହଟ୍ଟଗୋଳ ହୋଇଛି । ଗୃହ ମୁଳତବି ହୋଇଛି ଓ ବିରୋଧୀଦଳ ଅଶଦେଖା ହେଉଥିବାର ଅଭିଯୋଗ ବି ଆସିଛି । ହେଲେ କେବେ ବି ବିରୋଧୀଦଳ ନେତା ସାମ୍ବିଧାନିକ ପଦବୀରୁ ଇସ୍ତଫା ଦେବା ପର୍ଯ୍ୟନ୍ତ କଥା ଯାଇ ନାହିଁ ।

ଏସବୁ ଭିତରେ ରାଜ୍ୟ ପିସିସିର ୫ଜଣିଆ ଟିମ ଦିଲ୍ଲୀରେ ଡେରା ପକାଇଛନ୍ତି । ସେପଟେ ତାରା ଓ ପ୍ରଫୁଲ୍ଲଙ୍କୁ ଦଳରୁ ଆଉଟ କରିବା ପାଇଁ ପିସିସି ସଭାପତି ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଏମିତିରେ ବିରୋଧୀଦଳ ଗଠନ କରିବା ନରସିଂହଙ୍କ ପାଇଁ ଅଡୁଆ ହୋଇପାରେ । ତେବେ ବିରୋଧୀଦଳ ନେତାଙ୍କ ଆଭିମୁଖ୍ୟ ପଛରେ କଣ ରହିଛି କାରଣ । ଆଗକୁ କିଛି ବଡ ରାଜନୈତିକ ସମୀକରଣ ସୃଷ୍ଟି ହେବ କି?

ଏହା ସହ ଦେଖନ୍ତୁ ଏହି ଭିଡିଓ-