ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ : ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

33

କନକ ବ୍ୟୁରୋ : ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚାଷୀ ଆତ୍ମହତ୍ୟା ପ୍ରତିକ୍ରିୟା ରଖିଛନ୍ତି । ସରକାରୀ ଦଳ ଯଦି ଚାଷୀ ଆତ୍ମହତ୍ୟା ମାନୁଛି ତାଙ୍କୁ ଧନ୍ୟବାଦ । ହେଲେ କଥା ନକହି କାମରେ ପରିଣତ କରନ୍ତୁ । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି । ହେଲେ ପୁଣି ଚାଷୀ ଆତ୍ମହତ୍ୟା ଆରମ୍ଭ ହୋଇଥିବା ବେଳେ ସରକାର ନୀରବ ଦ୍ରଷ୍ଟା ସାଜିଥିବା ନରସିଂହ କହିଛନ୍ତି ।

ସେପଟେ ବିଜେଡି ବିଧାୟକ ସୁଶାନ୍ତ ସିଂ ଏନେଇ ଜବାବ ରଖିଛନ୍ତି । ଚାଷୀ ଆତ୍ମହତ୍ୟା କରୁଛନ୍ତି । ହେଲେ ପ୍ରକୃତ କାରଣ କଣ ସେଥିପାଇଁ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ସୁଶାନ୍ତ ସିଂ ।

ଦେଖନ୍ତୁ ଏହି ଭିଡିଓ –