ମହାନଦୀରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର

15

କନକ ବ୍ୟୁରୋ : ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ରାଜ୍ୟ ସରକାର ଲୋକଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଲୋକଙ୍କୁ ସ୍ୱାର୍ଥ ପାଇଁ ଚିନ୍ତିତ ନଥିବା ସେ ଅଭିଯୋଗ କରିଛନ୍ତି । ମହାନଦୀ ଜଳ ପାଇଁ ସମସ୍ତଙ୍କୁ ଏକାଠି ହେବା ପାଇଁ ଆଗକୁ ଆସିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

କେନାଲ ଗୁଡ଼ିକର ତଳ ମୁଣ୍ଡରେ ଏବେବି ପାଣି ପହଂଚିପାରୁନଥିବା ବେଳେ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ତଥା ଡ୍ୟାମ୍ ନିର୍ମାଣ ହେଲେ ପରିସ୍ଥିତି ଉତ୍କଟଜନକ ହେବ ବୋଲି ସେ କହିଛନ୍ତି । ସେହିପରି ସର୍ବଦଳୀୟ ବୈଠକର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ଛତିଶଗଡ଼ ଯାଇଥିବା ବିଜେଡି ଟିମର ଅଧ୍ୟକ୍ଷଙ୍କ ବୁଦ୍ଧି ଉଦ୍ରେକ ହୋଇଥିବା ସେ କହିଛନ୍ତି । ଗ୍ରାଉଣ୍ଡ ଜିରୋ ବୁଲି ଦେଖିବା ପରେ ବିଜେଡ଼ି ଜ୍ଞାନ ଉଦୟ ହୋଇଛି ବୋଲି ନରସିଂହ ମିଶ୍ର ଆଜି ତାଙ୍କ ପ୍ରେସମିଟରେ କହିଛନ୍ତି ।

ପ୍ରେସମିଟରେ କଣ କହିଛନ୍ତି ନରସିଂହ ମିଶ୍ର – ଦେଖନ୍ତୁ ଏହି ଭିଡିଓ –