କାଠଗଡାରେ କଂଗ୍ରେସ୍ : ଗଳିଆ ପଡି ଭାଙ୍ଗିଗଲା ମହାନଦୀର ସର୍ବଦଳ

21

କନକ ବ୍ୟୁରୋ : ବିବାଦରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ମହାନଦୀ ଲଢେଇରେ ନରସିଂହଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ସର୍ବଦଳୀୟ ବୈଠକ ଡାକି ମହାନଦୀ ସଂଗ୍ରାମ ପାଇଁ ସମସ୍ତଙ୍କୁ ଏକାଠି କରିବାକୁ ଚେଷ୍ଟା କଲେ । ଏହାପରେ କଂଗ୍ରେସ ତରଫରୁ ଓଡିଶା ବନ୍ଦ ଡାକରା ଦେଲେ । ଏବେ ବିଜେପି ପ୍ରଶ୍ନ କରିଛି, ନରସିଂହ ତାଙ୍କ ଭୂମିକା ନେଇ ସ୍ପଷ୍ଟ କରନ୍ତୁ । ସେପଟେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି କଂଗ୍ରେସ୍ ନିଜର ଆତ୍ମରକ୍ଷା ଓ ପତିଆରା ଜାହିର ପାଇଁ ଚେଷ୍ଟା କରୁଛି ।