ଗୃହରେ ଉଠିଲା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗ ! ଉଭୟ ଶାସକ ଓ ବିରୋଧୀ ଦଳଙ୍କ ହଟ୍ଟଗୋଳ ପରେ ଗୃହ ୩ଟା ଯାଏଁ ମୁଲତବି

25

କନକ ବ୍ୟୁରୋ : ଶୂନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ବିରୋଧୀ ପ୍ରସଙ୍ଗ । ଓଡ଼ିଶାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ କରିଛି ଉଭୟ ଶାସକ ଓ ବିରୋଧୀ ଦଳ । ଉଭୟ ଦଳର ହଟ୍ଟଗୋଳ ପରେ ଗୃହକୁ ୩ଟା ଯାଏଁ ମୁଲତବି କରାଯାଇଛି । ତେବେ ଏହି ପ୍ରସଙ୍ଗରେ ନବୀନ କାହିଁକି ଚୁପ୍ ଅଛନ୍ତି ଓ ଶାସକ ଦଳ ଡ୍ରାମା କରୁଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ପ୍ରଧାନମନ୍ତ୍ରୀ ସମଗ୍ର ଦେଶର, କୌଣସି ରାଜନୈତିକ ଦଳର ନୁହଁନ୍ତି ଏବଂ ଓଡ଼ିଶାର ଗରିବୀକୁ ନେଇ ସେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ନରସିଂହ ।

ଏହାସହ ପ୍ରଧାନମନ୍ତ୍ରୀ ଶାସନର ୩ବର୍ଷ ପରେ ଜାଣିଲେ କି ଓଡ଼ିଶା ଗରିବ । ଆଉ ଯଦି ପ୍ରଥମରୁ ଜାଣଥିଲେ ତେବେ ଏନେଇ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଏପରିକି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଓଡ଼ିଶାକୁ କେନ୍ଦ୍ର ଅବହେଳା କରୁଥିବା ମଧ୍ୟ କହିଛନ୍ତି ନରସିଂହ ମିଶ୍ର । କେନ୍ଦ୍ର ଓଡ଼ିଶାର ବିଭିନ୍ନ ଯୋଜନାରୁ ୮ଟି ଯୋଜନା ସହ କେବିକେ ଯୋଜନାକୁ ବନ୍ଦ କରିଥିବାବେଳେ ୩୩ଟି ଯୋଜନାରୁ ଅନୁଦାନ କମାଇ ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କେବଳ ଧନୀ ଓ ଶିଳ୍ପପତିଙ୍କ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି ।