ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ : ୧୦ ଦିନ ମଧ୍ୟରେ ଗଠନ ହେବ କମିଟି

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ବ୍ୟାରେଜ ନେଇ ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ୭ ଦିନ ମଧ୍ୟରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ମହାନଦୀ ସଂପର୍କିତ ଓଡିଶାର ସ୍ୱାର୍ଥ ପାଇଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ କିମଟି ନିଷ୍ପତି ନେବ । ଅଗଷ୍ଟ ୧୦ରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ସେପଟେ ସର୍ବଦଳୀୟ ବୈଠକରେ ସାମିଲ ହୋଇଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗରେ ସୌମ୍ୟରଞ୍ଜନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବା ଉଚିତ । ବିଜେଡିକୁ ବାଦ ଦେଇ ସର୍ବଦଳୀୟ ବୈଠକର କିଛି ଅର୍ଥନାହିଁ । ସେହିପରି ଛତିଶଗଡର ନିର୍ମାଣ ପ୍ରସଙ୍ଗରେ କହିଛନ୍ତି ଯାହା ଘଟିଯାଇଛି ତାର କିଛି ମୂଲ୍ୟ ନାହିଁ । ଏବେ କିପରି ସମସ୍ୟାର ସମାଧାନ କରାଯିବ ସେଦିଗରେ ପଦକ୍ଷେପ ନେବା ଦରକାର । କେଲୋ ପ୍ରକଳ୍ପ ବାବଦରେ ଛତିଶଗଡ ସରକାର ପଠାଇଥିବା ଚିିଠି ଓଡିଶା ସରକାର ପାଇନଥିବା କହୁଛନ୍ତି । ତେବେ ସେ ଚିଠି ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ । ଯଦି ଚିଠି ହଜିଛି ତାହେଲେ ଡାକ ବିଭାଗ ବିରୋଧରେ ଆନ୍ଦୋଳନ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ମହାନଦୀ ପ୍ରସଙ୍ଗରେ ରାଜନୀତି ନକରି ମୁକାବିଲା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।