କୋଣାର୍କ ଭୁଶୁଡ଼ିବା ଖବରକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ତଳ ନେତା : ସୁରକ୍ଷା ଦେବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଫେଲ ଥିବାନେଇ କଲେ ଅଭିଯୋଗ

ସରକାରଙ୍କ ବିବୃତି ପାଇଁ ରୁଲିଂ ଦାବି କଲେ ନରସିଂହ

141

କନକ ବ୍ୟୁରୋ : କୋଣାର୍କ ସୁରକ୍ଷା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପରେ ରୁଲିଂ ଆଣିଲେ ବାଚସ୍ପତି । କୋଣାର୍କ ସୁରକ୍ଷା ନେଇ କଣ ପଦକ୍ଷେପ ନେଇଛନ୍ତି ସେ ସଂପର୍କରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ଦେଲେ ନିର୍ଦ୍ଦେଶ । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି ପ୍ରବଳ ବର୍ଷିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ରୁରକି ସ୍ଥିତ ସେଂଟ୍ରାଲ ବିଲ୍ଡିଂ ରିସର୍ଚ ପ୍ରତିଷ୍ଠାନର ରିପୋର୍ଟରେ କୋଣାର୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଏତେ ଦୁର୍ବଳ ହୋଇପଡିଛି ଯେ, ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତାର ଭୂମିକମ୍ପ ଆସିଲେ ଭୁଶୁଡି ଯାଇପାରେ ବୋଲି ରିପୋର୍ଟରେ କୁହାଯାଇଥିଲା ।

en.wikipedia.org

ଏ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନରସିଂହ । ସରକାର ବିବୃତି ଦେବ ପାଇଁ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମଧ୍ୟ କୋଣାର୍କର କାରୁକାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଥିଲେ । ଖୋଦିତ ପଥର ସ୍ଥାନରେ ସାଦା ପଥର ଲଗାଯିବାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏଏସଆଇର ଅବହେଳା ନେଇ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରିବା ସହ ରାଜ୍ୟ ସରକାର ମଧ୍ୟ କୌଣସି ଠୋସ ପଦକ୍ଷେପ ନେଇନଥିବା ଅଭିଯୋଗ କରିଥିଲେ ।