ଚୁଟି ଠାରୁ ୨୦୦୦ ଗୁଣ ପତଳା ଚିମୁଟା କହିବ ଆପଣଙ୍କୁ ହୋଇଛି କେଉଁ ରୋଗ ! ସର୍ଜରୀ ସମୟରେ ଡାକ୍ତରଙ୍କୁ କରିବ ସାହାଯ୍ୟ ।

113

ରୁଟି ଶେକିବା ଭଳି କାମ ଆପଣ ଚିମୁଟାର ସାହାଯ୍ୟ ନେଇ କରିଥିବେ ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ କେବେ ଭାବିଛନ୍ତି ଦେହର ରୋଗକୁ ଚିହ୍ନିବାରେ ଚିମୁଟା ଆପଣଙ୍କ ସହାୟତା କରିପାରିବ । ଭ୍ରାନ୍ତ ଭଳି ଲାଗୁଥିଲେ ହେଁ କଥାଟି ସତ ଆଜ୍ଞା ଲଣ୍ଡନର ବୈଜ୍ଞାନିକମାନେ ଗ୍ଲାସର ଏକ ଚିମୁଟା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଦେହର ରୋଗକୁ ଜାଣିହେବ । ମଣିଷ ଚୁଟି ଠାରୁ ୨୦୦୦ ଗୁଣା ସରୁ ହେଉଛି ଏହି ଚିମୁଟା । ଏହି ଖାସ୍ ଚିମୁଟାର ନିମ୍ନସ୍ତରରେ ଇଲେକ୍ଟ୍ରୋଡ୍ ଲଗାହୋଇଛି । ସବୁଠୁ ବଡ କଥା ହେଉଛି ଏବେ ଡାକ୍ତରଙ୍କୁ ସର୍ଜରୀ ସମୟରେ ରୋଗୀଙ୍କ ଶରୀରକୁ ଚିରଫାଡ୍ କରିବାକୁ ପଡିବ ନାହିଁ । ଏହି ଚିମୁଟାର ସହାୟତାରେ ଏବେ ରୋଗ ବଦଳରେ କ୍ଷତିଗ୍ରସ୍ତ ହୋଇଥିବା ସେଲ୍ସ ଗଭୀରରୁ ଅଧ୍ୟୟନ ତଥା ପରୀକ୍ଷଣ କରାଯାଇପାରିବ । ଏହାର ପ୍ରୟୋଗ କରି ରୋଗ ଶରୀରରେ ଅତ୍ୟଧିକ ମିଳେଇଯିବାରୁ ବଚାଂଯାଇପାରିବ । ଏହି ଚିମୁଟା କୋଷିକା ଏବଂ ଏହାର ଅଂଶକୁ ଅଲଗା କରିବାରେ ଏକ ଟୁଲ୍ ସାବ୍ୟସ୍ତ ହେବ । ଏଥିରେ ଜୀବିତ କୋଷିକାଙ୍କୁ ଚିହ୍ନଟ କରି ଏହାର ମଲିକ୍ୟୁଲକୁ ଅଲଗା କରାଯିବ ।

ଲଣ୍ଡନ ଇମ୍ପିରିଅଲ୍ କଲେଜରେ ଏହି ଚିମୁଟାକୁ ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ଚଉଡା ମାତ୍ର ୫୦ ନାନୋମିଟର । ଏହି ଚିମୁଟାର ନିମ୍ନସ୍ତରରେ କାର୍ବନ ବେସ୍ଡ ଦୁଇଟି ଇଲେକ୍ଟ୍ରୋଡ୍ ରହିଛି । ଡାକ୍ତର ଏହାକୁ ଜୀବିତ ସେଲ୍ସରେ ରଖିବେ କାରଣ ଏଥିରୁ ଖରାପ ହୋଇଯାଇଥିବା ଅଂଶକୁ ବାହାର କରିହେବ । ବୈଜ୍ଞାନିକ ଏହି ଗ୍ଲାସ୍ ଚିମୁଟା ସାହାଯ୍ୟରେ ଡିଏନଏ କିମ୍ବା ମାଇଟୋକାଣ୍ଡ୍ରିଆକୁ ଠିକ୍ କରିବା ପାଇଁ ବି କରୁଛି । ଏହି ଚିମୁଟା ଅଧିକ ପତଳା ହୋଇଥିବାରୁ ଏହାକୁ ଶରୀରରେ ପ୍ରବେଶ କରାଇବା ପରେ ବିନା ସେଲ୍ସରେ ନଷ୍ଟ ହୋଇଥିବା ଇନଫେକଟେଡ୍ ପାର୍ଟକୁ ସହଜରେ ବାହାର କରାଯାଇପାରିବ ।