ଘୂର୍ଣ୍ଣିଝଡ ଯୋଗୁଁ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ! ଆସନ୍ତା ଦୁଇ ଦିନ ଯାଏଁ ରହିବ ବନ୍ଦ

23

କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ଯାଏଁ ବନ୍ଦ ରହିବ ନନ୍ଦନକାନନ । ପ୍ରବଳ ଘୂର୍ଣ୍ଣିଝଡ ଯୋଗୁଁ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅନେକ ଗଛ ଭାଙ୍ଗିଯିବା ସହ ଟିକେଟିଂ ବ୍ୟବସ୍ଥା ମଧ୍ୟ ସଂପୂର୍ଣ୍ଣ ଅଚଳ ହୋଇ ପଡିଛି । ତେଣୁ ଏହି କ୍ଷୟକ୍ଷତିକୁ ସୁଧାରିବାକୁ କର୍ତ୍ତୃପକ୍ଷ ଆଗାମୀ ଜୁନ ୨ ଓ ୩ରେ ନନ୍ଦନକାନନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ପର୍ଯ୍ୟଟକମାନେ ଆସନ୍ତା ଜୁନ ୪ରୁ ପୂର୍ବଭଳି ନିର୍ଦ୍ଧାରିତ ସମୟରେ ବୁଲିବା ସହିତ ମଜା ନେଇପାରିବେ ।