ଆଜିଠୁ ଦୁଇ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ ! ଗୁରୁବାର ପ୍ରବଳ ଝଡ଼ ତୋଫାନ ଯୋଗୁଁ ଉପୁଡ଼ି ପଡ଼ିଛି ଗଛ, ଛିଡ଼ିଯାଇଛି ବିଦ୍ୟୁତ ତାର

35

କନକ ବ୍ୟୁରୋ : ଦୁଇ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ । ଆଜି ଓ ଆସନ୍ତାକାଲି ପ୍ରାଣୀ ଉଦ୍ୟାନ ବନ୍ଦ ରଖିବାକୁ ନନ୍ଦନ କାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଗୁରୁବାର ପ୍ରବଳ ଝଡ଼ ତୋଫାନ ଯୋଗୁଁ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ ବଡ ଗଛ ଉପୁଡ଼ି ପଡ଼ିଛି ।

ଏପରିକି ୩୩ କେଭି ବିଦ୍ୟୁତ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଟିକେଟିଂ ବ୍ୟବସ୍ଥା ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି । ଝଡ଼ ତୋଫାନରେ ନନ୍ଦନକାନନର ୫୦ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି । ତେବେ ଦୁଇ ଦିନ ଭିତରେ ଅବସ୍ଥା ସ୍ୱାଭାବିକ ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।