ନନ୍ଦନକାନନରେ ଏକମାତ୍ର ଗଣ୍ଡା ନନ୍ଦର ମୃତ୍ୟୁ : ୪୦ବର୍ଷ ବୟସର ଗଣ୍ଡାଟି ଗତ ଛଅ ମାସ ଧରି ଚିକିତ୍ସାଧିନ ଥିଲା

51

କନକ ବ୍ୟୁରୋ : ନନ୍ଦନକାନନରେ ଏକମାତ୍ର ଗଣ୍ଡା ନନ୍ଦର ମୃତ୍ୟୁ । କାଲି ରାତିରେ ଗଣ୍ଡାଟିର ମୃତ୍ୟୁ ହୋଇଛି । ୪୦ ବର୍ଷ ବୟସର ଗଣ୍ଡାଟି ଗତ ଛଅ ମାସ ଧରି ଚିକିତ୍ସାଧିନ ଥିଲା । ଅସୁସ୍ଥତା ଓ ବୟସାଧିକ କାରଣରୁ ନନ୍ଦର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତୁପକ୍ଷ କହିଛନ୍ତି । ୧୯୭୯ ମସିହାରେ ଗୋ÷ହାଟୀରୁ ଗଣ୍ଡାଟିକୁ ଅଣାଯାଇଥିଲା । ଅନ୍ୟପକ୍ଷରେ ନନ୍ଦନକାନନକୁ ପାଟନା ଓ ଗୋ÷ହାଟୀରୁ ଆଉ ଦୁଇଟି ଗଣ୍ଡା ଆଣିବା ପାଇଁ କଥାବାର୍ତା ଚାଲିଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –