ଭୁବନେଶ୍ୱର : ନନ୍ଦନକାନନ ସିଂହ ସଫାରିରେ ଫସିଲା ପର୍ଯ୍ୟଟକଙ୍କ ବସ୍

47

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ’ର ସିଂହ ସଫାରିରେ ଶନିବାର ପର୍ଯ୍ୟଟକଙ୍କ ବସ ଫସିଛି । ଫଳରେ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ ୪୫ ଜଣ ପର୍ଯ୍ୟଟକଙ୍କୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ସିଂହ ସଫାରି ବୁଲାଇବାକୁ ପର୍ଯ୍ୟଟକ ବସ୍‌ ବାହାରି ଥିଲା । ସିଂହ ସଫାରି ଭିତରକୁ ପ୍ରବେଶ କରିବାର କିଛି ସମୟ ପରେ କାଦୁଅ ରାସ୍ତାରେ ଫସିଯିବାରୁ ବସ୍‌ଟି ଆଗକୁ ଯାଇ ପାରି ନଥିଲା । ଏହି ସମୟରେ ସଫାରି ପରିସରରେ ୨ଟି ସିଂହ ବୁଲୁଥିଲେ । ଏହାକୁ ଦେଖି ପର୍ଯ୍ୟଟକମାନେ ଆହୁରି ଭୟଭୀତ ହୋଇ ଯାଇଥିଲେ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ବୁଲୁଥିବା ସିଂହକୁ କୌଶଳ କ୍ରମେ ଏକ ଯନ୍ତାରେ ଧରାଯାଇ ଜଙ୍ଗଲ ଭିତରକୁ ନିଆଯିବା ପରେ ପର୍ଯ୍ୟଟକମାନେ ଆଶ୍ୱସ୍ତି ଲାଭ କରିଥିଲେ । ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଆଉ ଏକ ବସ ଯାଇ ପର୍ଯ୍ୟଟଙ୍କୁ ନେଇଥିଲା ।