ସଂଜୟଙ୍କ ସହ କେବେ ବି ଏକାଠି କାମ କରିବେନି ନାନା ପାଟେକର୍

58

ସଂଜୟ ଦତ୍ତଙ୍କ ସହ କେବେ ବି ଏକାଠି କାମ କରିବେନି ବଲିଉଡର ବର୍ଷିୟାନ୍ ଅଭିନେତା ନାନା ପାଟେକର । ନିଜର ୬୭ ତମ ଜନ୍ମ ଦିନରେ ଏପରି ଏକ ଟିପ୍ପଣୀ ଦେଇଛନ୍ତି ନାନା ପାଟେକର । ତେବେ ନାନାଙ୍କ ଏହି ଟିପ୍ପଣୀ ମୁନ୍ନା ଭାଇ ଓ ତାଙ୍କ ଫ୍ୟାନ୍ ମାନଙ୍କୁ ନିଶ୍ଚିତ ରୂପେ ଝଟକା ଦେଇଛି ।

ନାନାଙ୍କ କହିବା ଅନୁସାରେ ୧୯୯୩ରେ ମୁମ୍ବାଇରେ ହୋଇଥିବା ବମ୍ ବିସ୍ଫୋରଣରେ ସେ ତାଙ୍କ ଭାଇଙ୍କୁ ହରାଇଥିଲେ । ଆଉ ସୌଭାଗ୍ୟବଶତଃ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ତେବେ ଏହି ଘଟଣା ପାଇଁ ଦଣ୍ଡ ପାଇଥିଲେ ମଧ୍ୟ ସେ ସଂଜୟଙ୍କୁ କେବେ ବି କ୍ଷମା କରି ପାରିବେ ନାହିିଁ । ଏବଂ ସେଥିପାଇଁ ସାରା ଜୀବନ ସେ ସଂଜୟଙ୍କ ସହ ଏକାଠି କାମ କରିବେନି । ୧୯୯୩ ରେ ଯାହା ହୋଇଥିଲା ସେ ସେଥିପାଁଇ ବହୁତ ଦୁଃଖିତ । ତେବେ କେବଳ ନିଜ ଭାଇଙ୍କ ପାଇଁ ନୁହେଁ ବରଂ ଉକ୍ତ ବିସ୍ଫୋରଣରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପାଇଁ ସେ ଏପରି ନିଷ୍ପତି ନେଇଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ରିଲ୍ ଭିଲେନଙ୍କ ରିୟଲ୍ ଚେହେରା ! ପ୍ରେମିକଙ୍କ ଘରୁ ଶ୍ରଦ୍ଧାଙ୍କୁ ଟାଣି ଟାଣି ଆଣିଲେ ଶକ୍ତି କପୁର୍