ତିନି ମାସରେ ବିକ୍ରି ହେଲା ‘ବ୍ରାଣ୍ଡ ନମୋ’ର ୫ କୋଟି ଟଙ୍କାର ଜିନିଷ : ଏଥିରେ ପେନ୍ ଠାରୁ ଆରମ୍ଭ କରି ଟି-ସାର୍ଟ ପର୍ଯ୍ୟନ୍ତ ସାମିଲ

98

ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବିଜେପି ସାଂସଦ ଅନୁରାଗ ଠାକୁର ଏକ ହୁଡି ପିନ୍ଧିଥିବାର ନଜର ଆସିଥିଲେ । ଯେଉଁଥିରେ ଇଂରାଜୀରେ ଲେଖା ଥିଲା- ‘ନମୋ ଏଗେନ୍’ ଅନୁରାଗ ଲୋକଙ୍କ ଠାରୁ ଏହା ଅପିଲ କରୁଥିଲେ ଯେ, ଆଗାମୀ ଲୋକସଭା ନିର୍ବାଚନ ୨୦୧୯ରେ ବି ବିଜେପିକୁ ଭୋଟ୍ ଦେଇ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇବାରେ ସାହାଯ୍ୟ କରନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଅନୁରାଗଙ୍କ ପ୍ରଶଂସା କରି ଲେଖିଛନ୍ତି କି, – “ଭଲ ଦେଖାଯାଉଛନ୍ତି ଅନୁରାଗ ।” ନମୋ ଏଗେନ୍ ଲେଖାଥିବା ଏହି ହୁଡି ନମୋ ମର୍ଚାଣ୍ଡାଇଜରୁ କିଣାଯାଇଛି । ଏହା ନମୋ ଆପ୍ ଜରିଆରେ କିଣାଯାଇପାରିବ । ନମୋ ଆପରେ ନା କେବଳ ଏହି ହୁଡି ବରଂ ଟି-ସାର୍ଟ ଓ ପେନ୍ ଭଳି ଜିନିଷ ବିକ୍ରି ହେଉଛି ।

ଏକ ରିପୋର୍ଟ ଅନୁସାରେ, ଗତ ୩ମାସରେ ୧୫.୭୫ଲକ୍ଷ ୟୁନିଟ୍ସର ବିକ୍ରି ହୋଇଛି । ଏହା କିଣାଯାଉଥିବାରୁ ବିଜେପି ଉତ୍ସାହିତ ଅଛି ଓ ସେ ଭାବୁଛି କି ଲୋକସଭା ନିର୍ବାଚନ ପୂର୍ବରୁ ଏଥିରେ ବୃଦ୍ଧି ହୋଇପାରେ । ଅଧିକାଂଶ କ୍ରୟ ବିଜେପି ଅଫିସ ଓ ସାରା ଦେଶର ଦଳୀୟ କାର୍ଯ୍ୟକର୍ତ୍ତା କରିଛନ୍ତି । ଏହି ଜିନିଷ ଆମାଜନ୍ ଓ ଅନ୍ୟ ଇ-କମର୍ସ ୱେବସାଇଟରେ ଉପଲବ୍ଧ ଥିଲା । ମିଳିଥିବା ସୂଚନା ଅନୁସାରେ, ସର୍ବାଧିକ ବିକ୍ରି ଟି-ସାର୍ଟର ହୋଇଥିଲା । ଏପର୍ଯ୍ୟନ୍ତ ୧୫.୭୫ଲକ୍ଷ ୟୁନିଟ୍ସର ବିକ୍ରି ଠାରୁ ୫.୨ କୋଟି ଟଙ୍କାର ଆମଦାନୀ ହୋଇଛି । ଏଥିରେ ୨,୬୪,୭୩,୩୨୧ କୋଟି ଟଙ୍କାର ଟି-ସାର୍ଟ, ୫୬,୦୨,୮୬୫ ଟଙ୍କାର କ୍ୟାପ୍, ୪୩,୦୬,୭୩୭ ଟଙ୍କାର କିଚେନ୍ସ, ୩୭,୭୩,୮୪୩ ଟଙ୍କାର ପେନ୍, ୩୬,୧୮,୮୧୮ ଟଙ୍କାର ମଗ୍ ଓ ୩୨,୨୦,୫୮୩ ଟଙ୍କାର ନୋଟବୁକ୍ ର ବିକ୍ରି ସାମିଲ ଅଛି ।