ଏଣିକି ନମୋ ଆପରେ ମିଳିବ ପୋଷାକ ! ଗ୍ରାହକ କିଣିପାରିବେ ମନପସନ୍ଦର ଡ୍ରେସ୍ ସହ ଘରୋଇ ସାମଗ୍ରୀ, ସ୍ୱଚ୍ଛ ଗଙ୍ଗା ପାଣ୍ଠିରେ ଖର୍ଚ୍ଚ ହେବ ଟଙ୍କା । 

38

କନକ ବ୍ୟୁରୋ : ଦିନକୁ ଦିନ ଗଙ୍ଗାନଦୀରେ ପ୍ରଦୂଷଣ ବଢିବାରେ ଲାଗିଛି । ଏହି ନଦୀକୁ ପବିତ୍ର ନଦୀର ଆଖ୍ୟା ମିଳିଥିବା ବେଳେ ଏହି ନଦୀର ପାଣି ଧିରେ ଧିରେ ବିଷାକ୍ତ ହେବାରେ ଲାଗିଛି । ପ୍ରଦୂଷିତ ହୋଇଯାଇଛି ଗଙ୍ଗା । କିଛିଦିନ ତଳେ ଅନ୍ତରାଷ୍ଟ୍ରୀୟ ସ୍ତରର ଏନଜିଓ ଡବ୍ଲୁ ଡବ୍ଲୁ ଏଫ ଗଙ୍ଗା ନଦୀକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ନଦୀ ବୋଲି ନିଜ ରିପୋର୍ଟରେ ପ୍ରକାଶ କରିଥିଲା । ତେବେ ଏହି ନଦୀକୁ ସ୍ୱଚ୍ଛ କରିବା ପାଇଁ ମୋଦି ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି ।

ନମୋ ଆପରେ ଏଣିକି ବିକ୍ରି ହେବ ପୋଷାକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପ୍ ହେଉଛି ନମୋ । ଆଉ ଏହି ଆପରେ ଯୋଡା ହୋଇଛି ୩ଟି ନୂଆ ବୈଶିଷ୍ଟ୍ୟ । ଏବେ ଏହି ଆପରେ ଲୋକେ ପାଇବେ ପୋଷାକ ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ । ଏଥି ସହିତ ଏହି ଆପ୍ ଜରିଆରେ ଗ୍ରାହକ ‘ସ୍ୱଚ୍ଛ ଗଙ୍ଗା ପାଣ୍ଠି’କୁ ଅନୁଦାନ ମଧ୍ୟ ଦେଇପାରିବେ ।

୨୦୧୫ରେ ଆରମ୍ଭ ହୋଇଥିବା ଏହି ନମୋ ଆପରେ ଏବେ ସୁଦ୍ଧା ୧କୋଟି ଉପଭୋକ୍ତା ଅଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏବେ ଏହି ଆପ ଜରିଆରେ ଏବେ ପୋଷାକ ବିକ୍ରି କରାଯିବ । ଏବଂ ଏହି ବ୍ୟବସାୟରୁ ଆସିବାକୁ ଥିବା ଅର୍ଥ ସ୍ୱଚ୍ଛ ଗଙ୍ଗା ପାଣ୍ଠିରେ ଖର୍ଚ୍ଚ କରାଯିବା ନେଇ ସୂଚନା ରହିଛି ।