ନାଲକୋ ପୁଞ୍ଜି ପ୍ରତ୍ୟାହାରକୁ ନବୀନଙ୍କ ବିରୋଧ

41

କନକ ବ୍ୟୁରୋ : ରାଷ୍ଟ୍ରାୟତ କମ୍ପାନୀ ନାଲକୋରୁ ହେବାକୁ ଥିବା ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପୁଞ୍ଜି ପ୍ରାତ୍ୟାହାର ଅଟକାଇବା ପାଇଁ ଖଣି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ନାଲକୋ ଓଡ଼ିଶାର ଗର୍ବ ହୋଇଥିବାରୁ ଏଠାରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ପରେ ଏହାର କର୍ମଚାରୀ ଓ ଓଡ଼ିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଏହି ପୁଞ୍ଜି ପ୍ରାତ୍ୟାହାର ପଦକ୍ଷେପକୁ ଅଟକାଇବାକୁ ପଡିବ ବୋଲି ସେ ଚିଠିରେ ଉଲ୍ଳେଖ କରିଛନ୍ତି । ପ୍ରଦର୍ଶନ ଦୃଷ୍ଟିରୁ ନାଲକୋ ବହୁତ ଭଲ ରେକର୍ଡ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ଜୁଲାଇ ୧୨ରେ ଖଣି ଲିଜର ସର୍ତ୍ତାବଳୀ ମଧ୍ୟ ଜାରି କରାଯାଇଥିଲା ।

କେବଳ ସେତିକି ନୁହେଁ, ନିକଟରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ମଂଜୁରୀ କର୍ତ୍ତୃପକ୍ଷ ନାଲକୋର ଦୁଇଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ତେବେ ପୁଞ୍ଜି ପ୍ରତ୍ୟାହାର ନାଲକୋ ଉପରେ ନକରାତ୍ମକ ପ୍ରଭାବ ପକାଇବ । ଏହା କମ୍ପାନୀର ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ମଧ୍ୟ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –