ଭୁବନେଶ୍ୱର ବିନ୍ଦୁ ସାଗରରୁ ନାଲକୋ ଏଜିଏମଙ୍କ ମୃତଦେହ ଉଦ୍ଧାର : ପୁଲିସର ତଦନ୍ତ ଜାରି

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବିନ୍ଦୁ ସାଗରରୁ ନାଲକୋ ଏଜିଏମଙ୍କ ମୃତଦେହ ଉଦ୍ଧାର । ନାଲୋକର ଏଜିଏମ୍ ସମୀର କୁମାର ପାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର କରିଥିଲା ଦମକଳ ବାହୀନୀ । ସମୀରଙ୍କ ମୃତଦେହକୁ ବର୍ତମାନ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଆଜି ଶବ ବ୍ୟବଚ୍ଛେଦ କରାଯିବ । ମୃତ ସମୀର ପାତ୍ରଙ୍କ ଘର ନୟାପଲ୍ଲୀ ଆଇଆରସି ଭିଲେଜରେ । ଗତକାଲି ସନ୍ଧ୍ୟା ପ୍ରାୟ ୫ ଟାରେ କଟକ ଯିବେ ବୋଲି କହି ଘରୁ ବାହାରିଥିଲେ ସମୀର । ତେବେ ସଂନ୍ଧ୍ୟା ପ୍ରାୟ ୭ଟାରେ ବିନ୍ଦୁସାଗରରୁ ତାଂକ ମୃତଦେହ ଉଦ୍ଧାର କରାଯାଇଥିଲା । କିଛି ଦିନ ହେଲା ଛୁଟିରେ ଥିଲେ ସମୀର । ମଙ୍ଗଳବାର ଡ୍ୟୁଟିରେ ଜଏନ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ସମୀରଙ୍କ ସଂପର୍କୀୟଙ୍କୁ ପଚରାଉଚରା କରିଛି ।