ନେଲପଲିସ୍ ଲଗାଇବା ଦ୍ୱାରା କ’ଣ କ’ଣ କ୍ଷତି ହୁଏ ? ଆସନ୍ତୁ ଜାଣିବା

42

ଆଜିକାଲି ବଜାରରେ ମହିଳାମାନଙ୍କ ପାଇଁ ବହୁତ ପ୍ରକାରର ପ୍ରସାଧାନ ସାମଗ୍ରୀ ବା କସମେଟିକ୍‌ ପ୍ରଡକ୍ଟସ୍‌ ଉପଲବ୍ଧ ହେଲାଣି । କିନ୍ତୁ ଏହା ସବୁ କ’ଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ କି ? ଆସନ୍ତୁ ଜାଣିବା ଏ ସଂପର୍କରେ…

ମହିଳାମାନେ ନିଜର ମନକୁ ବୁଝାଇବା ପାଇଁ ଦାମୀ ପ୍ରସାଧାନ ସାମଗ୍ରୀ କିଣନ୍ତି । ନିଜକୁ ସୁନ୍ଦରୀ ଏବଂ ଆକର୍ଷଣୀୟ ଭାବେ ଉପସ୍ଥାପିତ କରନ୍ତି । କିନ୍ତୁ ଏମିତି କେତେକ ପ୍ରସାଧାନ ସାମଗ୍ରୀ ଅଛି ଯାହା ଶରୀର ଲାଗି କ୍ଷତିକାରକ ଅଟେ । ସେଥିମଧ୍ୟରୁ ଗୋଟିଏ ହେଲା ନେଲ୍‌ପଲିସ ବା ନେଲ୍‌ ପେଣ୍ଟ । ନଖକୁୁ ଅଧିକ ସୁନ୍ଦର କରିବା ପାଇଁ ନେଲ୍‌ ପେଣ୍ଟ ବ୍ୟବହାର କରାଯାଏ । ଭିନ୍ନ ଭିନ୍ନ ରଙ୍ଗର ନେଲ ପେଣ୍ଟ ବ୍ୟବହାର କରିି ଆଜିକାଲି ନଖ ଉପରେ ସୁନ୍ଦର ଡିଜାଇନ୍‌ ବନାଉଛନ୍ତି, ଯାହାକୁ ନେଲ୍‌ ଆର୍ଟ କହନ୍ତି ।

– ବିଭିନ୍ନ ପ୍ରକାର ଅନୁସନ୍ଧାନରୁ ଜଣାଯାଇଛି ଯେ ନେଲ୍‌ ପେଣ୍ଟ ଲଗାଇବା ଦ୍ୱାରା ଦୂରାରୋଗ୍ୟ ବ୍ୟାଧି ହୋଇପାରେ । ସେଥିମଧ୍ୟରୁ କ୍ୟାନସର ଅନ୍ୟତମ । ନେଲପଲିସ୍‌ ବା ନେଲ ପେଣ୍ଟ ହେଉଛି କେମିକାଲ, ଯାହା ନଖ ଉପରେ ଲଗେଇବା ଦ୍ୱାରା ଖରାପ ପ୍ରଭାବ ପକେଇଥାଏ । ଏହି କେମିକାଲ ମଧ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକେଇଥାଏ ।

– ଗବେଷକଙ୍କ ମତ ଅନୁସାରେ ନେଲ୍‌ ପେଣ୍ଟରେ ସ୍ମୁଥ୍‌ ଫିନିସିଙ୍ଗ ପାଇଁ ଟାଲୁଇନ୍‌ ନାମକ ଏକ କେମିକାଲ ମିଶାଯାଏ । ଏହି କେମିକାଲ ସାଧାରଣଭାବରେ କାର୍‌ରେ ଇନ୍ଧନ ଭଳି ବ୍ୟହୃତ ହେଉଥିବା ଗ୍ୟାସୋଲିନ୍‌ରେ ବ୍ୟବହାର କରାଯାଏ । ନେଲ ପେଣ୍ଟକୁ ଫ୍ଲେକ୍ସିବେଲ ବନେଇବା ପାଇଁ ଡାଇବ୍ୟୁଟାଇଲ୍‌ ପୈଥେଲେଟ ନାମକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ । ଏହି ରାସାୟନିକ ପଦାର୍ଥ ମହିଳାଙ୍କର ରିପ୍ରଡକ୍ଟିଭ ଟ୍ରାକ (ପ୍ରଜନନ ଇନ୍ଦ୍ରିୟ)କୁ କ୍ଷତି ପଂହଚାଇ ଥାଏ ।

– ୟୁରୋପ ପରି କେତେକ ଦେଶରେ ଏହି କେମିକାଲ ବ୍ୟବହାର କରିବା ନିଷେଧ କରାଯାଇଛି । ନେଲପଲିସ ପାଇଁ ସ୍କିନ୍‌ କ୍ୟାନସର ମଧ୍ୟ ହୋଇପାରେ ।

– ନେଲ୍‌ପଲିସରେ ଯେଉଁ ଜେଲ୍‌ ମିଶାଯାଏ , ଯାହା ସୂର୍ଯ୍ୟଙ୍କର ଅଲଟ୍ରାଭାଓଲେଟ୍‌ ରଶ୍ମୀକୁ ଗ୍ରହଣ କରିନେଇଥାଏ । ସେଥିପାଇଁ କୁହାଯାଏ ନେଲ୍‌ପଲିସ ଲଗେଇଲେ , ଶୀଘ୍ର ରିମୁଭ୍‌ କରିଦେବା ଜରୁରୀ ।

– ନେଲପଲିସରେ ସ୍ପିରିଟ୍‌ ମିଶାଯାଏ ଯାହା ଫୁସଫୁସକୁ କ୍ଷତି ପଂହଚାଇଥାଏ । ନେଲ୍‌ପେଣ୍ଟର ବାସ୍ନା ଏହି ସ୍ପିରିଟରୁ ଆସିଥାଏ । ଯେତେବେଳେ ଆମେ ଏହାକୁ ଲଗାଉ, ସେହି ସ୍ପିରିଟ୍‌ର ବାସ୍ନା ନାକ ଦ୍ୱାରା ଆମ ଫୁସଫୁସକୁ କୁ ଯାଇଥାଏ । ସେଥିପାଇଁ ନେଲ୍‌ପଲିସ୍‌ ଲଗାଇବା ସମୟରେ ଘରର ଫ୍ୟାନ୍‌ ବନ୍ଦ କରିବା ଆବଶ୍ୟକ ।