ନଖ ରଙ୍ଗ ଦେଖି ଜାଣିପାରିବେ ଆପଣଙ୍କୁ ହୋଇଛି କେଉଁ ରୋଗ ! ଆପଣ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖିନ ହେଉଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ

447

ଆମ ଶରୀର ଏକଦମ ଆଶ୍ଚର୍ଯ୍ୟଜନକ ଢ଼ଙ୍ଗରେ କାମ କରିଥାଏ। ଏହାର ଏକ ବଡ଼ ବିଶେଷତ୍ୱ ରହିଛି । ନଖର ରଙ୍ଗ ଓ ଆକାରରୁ ମଧ୍ୟ ଆମେ ଜାଣିବା କେଉଁ ରୋଗରେ ପୀଡ଼ିତ।


ଯଦି ଆପଣଙ୍କର ନଖ ମୋଟା ହେଉଛି,ତେବେ ଜାଣନ୍ତୁ ଯେ କୌଣସି ପ୍ରକାରର ସଂକ୍ରମଣ ହେତୁ ଏଭଳି ଘଟିଛି । ଏହା ଫଳରେ ଆପଣ ମଧୁମେହ,ଏଗ୍‌ଜିମା,ସିରୋସିସ ଆଦି ରୋଗ ହେବାର ଆଶଙ୍କା ରହିଛି । ଯଦି ଆପଣଙ୍କ ନଖର ରଙ୍ଗ ହଳଦିଆ ହେଉଛି,ତେବେ ଏହା ପଛରେ ଭୂତାଣୁ ସଂକ୍ରମଣ ମୁଖ୍ୟ କାରଣ । ଯଦି ଆପଣଙ୍କର ନଖ ନୀଳ ରଙ୍ଗ ହେଉଛି,ତେବେ ଶରୀରରେ ପର‌୍ୟ୍ୟାପ୍ତ ମାତ୍ରାରେ ଅମ୍ଳଜାନ ନାହିଁ ବୋଲି ଜାଣନ୍ତୁ । ନଖର ରଙ୍ଗ ଯଦି ଧୂସର ବା କଳା ହେଉଛି,ତେବେ ତାହା ଥାଇରଏଡ୍‌ର ସୂଚନା ଦେଉଛି। ଅର୍ଥାତ୍‌ ଆପଣ ହରମୋନ୍‌ ଅସନ୍ତୁଳନର ଶିକାର ହୋଇପାରନ୍ତି। ଯଦି ଆପଣଙ୍କର ନଖ ଧଳା ରଙ୍ଗ ହେଉଛି,ତେବେ ତାହା ଆଇରନ୍‌ର ଅଭାବତାକୁ ଦର୍ଶାଉଛି ବୋଲି ଜାଣି ରଖନ୍ତୁ । ଅର୍ଥାତ୍‌ ଆପଣ କୌଣସି ରୋଗର ଶିକାର ହୋଇପାରନ୍ତି।