ଘରୋଇ ଉପାୟରେ କିପରି ନଖକୁ ସୁନ୍ଦର କରିବେ, ଜାଣନ୍ତୁ ?

2

ଶରୀରକୁ ସୁନ୍ଦର କରିବା ପାଇଁ କେବଳ ଯେ ମୁହଁର ସୌନ୍ଦର୍ଯ୍ୟ ଜରୁରୀ ତା ନୁହଁ ଆମକୁ ଶରୀରର ସବୁ ଅଙ୍ଗ ଉପରେ ଧ୍ୟାନ ଦେବା ଉଚିତ । ସୁନ୍ଦର ନଖ ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ରହିଥାଏ । ସେମାନେ ନଖକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ହାତର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନଖର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେବା ଦରକାର । ନଖକୁ ସୁନ୍ଦର କରିବା ପାଇଁ କିଛି ସରଳ ଉପାୟ –

୧- ସାବୁନ ଫେଣରେ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରୀମ ଲଗାନ୍ତୁ । ଏପରି କଲେ ନଖର ମଇଳା ସଫା ହୋଇଯିବା ସହ ନଖର ସୌନ୍ଦର୍ଯ୍ୟ ବୃଦ୍ଧିପାଏ ।

୨- ବେକିଙ୍ଗ ପାଉଡରକୁ ଗରମ ପାଣିରେ ମିଶାଇ ତା ଭିିତରେ ନଖକୁ ବୁଡାଇ ରଖନ୍ତୁ । ଏମିତି କଲେ ଆପଣଙ୍କ ନଖ ସୁନ୍ଦର ହେବା ସହ ନଖରେ ଚମକ ଆସିଯିବ । ଏଇ ଉପାୟରେ କେବଳ ସପ୍ତାହରେ ଥରେ କରିବା ଦରକାର ।

୩- ଖାଦ୍ୟରେ କ୍ୟାଲସିୟମର ମାତ୍ରା ଅଧିକ ଥିଲେ ଆପଣ ସୁନ୍ଦର ନଖ ପାଇ ପାରିବେ ।

୪- ନଖକୁ ଅଧିକ ସୁନ୍ଦର କରିବା ପାଇଁ ନଡିଆ ତେଲ ମସାଜ କରିବା ଜରୁରୀ ।

୫- ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର । ଏପରି କଲେ ନଖ ଭାଙ୍ଗିବାର ଭୟ ନଥାଏ । ବ୍ଲେଡରେ ନଖ କାଟିଲେ ନଖ ଖରାପ ହେବା ସହ ସଂକ୍ରମଣର ଭୟ ମଧ୍ୟ ଅଧିକ ଥାଏ ।

Comments are closed.