ଆରଜେ ଶୁଭମଙ୍କ ଶେଷ ’ସୋ ! ଲାଇଭ୍ ବେଳେ ଚାଲିଗଲା ଜୀବନ

64

୨୩ ବର୍ଷୀୟ ରେଡିଓ ଜକି ଶୁଭମ୍ ବୁଧବାର ଦିନ ନାଗପୁରରେ ଏକ ଲାଇଭ ସୋ ହୋଷ୍ଟ କରୁଥିବାବେଳେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଶୁଭମ ସକାଳ ୭ଟାରୁ ୧୧ ଟା ମଧ୍ୟରେ ଆସୁଥିବା ହାଇ ନାଗପୁର ସୋ କୁ ହୋଷ୍ଟ କରୁଥିଲେ । ପ୍ରାୟ ୯.୩୦ ସମୟରେ ଶୁଭମଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା,ଏବଂ ଏକଥା ସେ ଅଫିସ ଗାର୍ଡକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଅଫିସର ପିଅନ ତାଙ୍କୁ ହାଇଟେକ ମେଡିକାଲ ନେଇଯାଇଥିଲେ ।rj-shubham-keche-of-radio-mirchi-nagpur-passes-away-of-heart-attack

ମେଡିକାଲ ପହଂଚିବାର ୧୦ ରୁ ୧୫ ମିନିଟ ପୂର୍ବରୁ ଶୁଭମଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ମେଡିକାଲର ଡାଇରେକ୍ଟର ଡକ୍ଟର ସଂଜୟ କ୍ରିପାଳିନୀ କହିଥିବା ଜଣାପଡିଛି । ଏଯାଏ ମୃତ୍ୟୁର ସଠିକ କାରଣ ଜଣାପଡି ନାହିଁ । ଏବଂ ଶବ ବ୍ୟବଚ୍ଛେଦ ପାଇଁ ଇନ୍ଦିିରା ଗାନ୍ଧୀ ସରକାରୀ ମେଡିକାଲ କଲେଜକୁ ପଠାଯାଇଛି ।

ଶୁଭମଙ୍କ ବାପା ୩ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ ଏବଂ ଶୁଭମ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ବୋଲି ସୂଚନାରୁ ପ୍ରକାଶ । ମୋକ୍ଷଧାମ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ବୋଲି ଜଣା ପଡିଛି ।