ଆଜି ନାଗପୁରରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟିଟ୍ୱେଂଟି : ଦିନିକିଆ ଓ ଟେଷ୍ଟ ପରାଜୟ ବଦଲା ଲକ୍ଷ୍ୟରେ ଇଂଲଣ୍ଡ

25

କନକ ବ୍ୟୁରୋ : ଆଜି ନାଗପୁରରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟିଟ୍ୱେଂଟି । ଏହି ମ୍ୟାଚ୍ ଜିତି ସିରିଜ୍ ବଂଚାଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ମ୍ୟାଚ୍ ହାରିଲେ, ହାରିବ ସିରିଜ୍ । ଏଥିପାଇଁ ଚାପରେ ରହିଛି ମ୍ୟାନ୍ ଇନ୍ ବ୍ଲୁ । ଆଜି ଟିମ୍ ଇଣ୍ଡିଆ ପାଇଁ ହେବ ଅଗ୍ନି ପରୀକ୍ଷା । କର ବା ମର ସ୍ଥିତି । ସେପଟେ କମ୍ ଚାପରେ ପଡିଆକୁ ଓହ୍ଲାଇବ ଇଂଲଣ୍ଡ । କାନପୁର ଟିଟ୍ୱେଂଟି ଜିତିଥିବାରୁ ଦଳର ଆତ୍ମବିଶ୍ୱାସ ବଢିଛି ।

ଏହି ମ୍ୟାଚ୍ ଜିତି ଦଳ ସିରିଜ୍ ଜିତିବା ସହ ଦିନିକିଆ ଓ ଟେଷ୍ଟ ପରାଜୟର ଦୁଃଖ ଭୁଲିବାକୁ ଉଦ୍ୟମ କରିବ । ନାଗପୁରରେ ଟିମ୍ ଇଣ୍ଡିଆର ରେକର୍ଡ ଖରାପ । ଏଠାରେ ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚ୍ ହାରିଛି ଭାରତ । ଆଉ ଦୁଇଟି ଯାକ ମ୍ୟାଚରେ ଭାରତ ପଛରେ ବ୍ୟାଟିଂ କରି ହାରିଛି । ନାଗପୁର ଭିସିଏ ଷ୍ଟାଡିଅମରେ ଏଯାଏଁ ୧୦ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୭ଟି ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୩ଟିରେ ବିଜୟୀ ହୋଇଛନ୍ତି ।

ଟିଟ୍ୱେଂଟିରେ ୨୦୦ ୱିକେଟ୍  ମାଇଲଖୁଂଟ ଛୁଇଁବାରେ ଆଉ ମାତ୍ର ଗୋଟିଏ ୱିକେଟ୍ ପଛରେ ଅଛନ୍ତି ସ୍ପିନର ଅମିତ୍ ମିଶ୍ରା । ଆଜି ଏହାକୁ ପୁରଣ କରିପାରନ୍ତି ଅମିତ୍ । ଆଜି ସନ୍ଧ୍ୟା  ୭ଟାରେ ନାଗପୁରରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ।