ବିଶ୍ୱାସ ନା ଅନ୍ଧବିଶ୍ୱାସ ! ଗୋଟିଏ ଦିନ ପୂର୍ବରୁ ନେଇଥିଲେ ନାଗର ଜୀବନ,ପରଦିନ ତିନିଜଣଙ୍କୁ ଚୋଟ ମାରିଲା ନାଗୁଣୀ ।

379

ସିନେମାରେ ନାଗ-ନାଗୁଣୀଙ୍କ ପ୍ରେମପ୍ରଣୟ ଏବଂ ପ୍ରତିଶୋଧର ବିଭିନ୍ନ ଚିତ୍ର ଦେଖିଥିବେ । କିନ୍ତୁ ଅସଲ ଜୀବନରେ ଏସବୁ ଶୁଣିଲେ ହୁଏତ କେହି ବିଶ୍ୱାସ କରିବେନି । ଆଧୁନିକ ଯୁଗରେ ଲୋକଙ୍କ ମଧ୍ୟରେ ଏଭଳି ଚିନ୍ତା ରଖିବା କେବଳ ଭ୍ରମର ଏକ ରୂପ ମନାଯାଏ । କିନ୍ତୁ ଏଭଳି ଘଟଣା ଯେତେବେଳେ ସତ ହୁଏ ଲୋକଙ୍କ ମଧ୍ୟରେ ଡର ଏବଂ ଭୟର ଆଶଙ୍କା ବଢିଯିବା ମଧ୍ୟ ସାଧାରଣ ହୋଇପଡେ । ଘଟଣାଟି ହେଉଛି ମଥୁରାର । ମଥୁରାର କସବାରାୟ ନାମକ ଏକ ସ୍ଥାନରେ ଘଟିଛି ଏଭଳି ଏକ ଘଟଣା । ଯେଉଁଠି ଗୋଟିଏ କଳା ନାଗସାପକୁ ସ୍ଥାନୀୟ ଯୁବକମାନେ ପିଟିପିଟି ମାରିଦେଇଥିଲେ । ଏହାର ମାତ୍ର ଗୋଟିଏ ଦିନ ପରେ ହିଁ ଉକ୍ତ ଯୁବକ ମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସାପ କାମୁଡି ମାରିଦେବାର ଖବର ଏବେ ସାମ୍ନାକୁ ଆସୁଛି । ବର୍ତ୍ତମାନ ଉକ୍ତ ସ୍ଥାନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ମୁଖ୍ୟ ଯୁବକ ହରିଓମ୍ ଯେ ପ୍ରଥମେ ନାଗ ଉପରକୁ ପ୍ରହାର କରିଥିଲେ,ବିଲରେ କାମ କରୁଥିବା ସମୟରେ ହାତରେ ସାପ ଗୁଡାଇ ହୋଇ ଯାଇଥିଲା । ସାପର ଚୋଟ ପରେ ହରିଓମ୍ ଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହାପରେ ଅଭୟ ଏବଂ ବୈଦ୍ୟନାଥ ନାମକ ଦୁଇଜଣ ଯୁବକ ମଧ୍ୟ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ସର୍ପ ଦଂଶନର ଶିକାର ପାଲଟିଥିଲେ । ବର୍ତ୍ତମାନ ଗାଁରେ ଏଭଳି ପରିସ୍ଥିତି ଦେଖି ଅନ୍ୟମାନେ ମଧ୍ୟ କୋକୁଆଭୟରେ ରହିଛନ୍ତି । କିଛି ଲୋକ ଏହାକୁ ନାଗୁଣୀର ପ୍ରତିଶୋଧ ବୋଲି ମଧ୍ୟ କହୁଛନ୍ତି । ତେବେ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।