ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା ! ଲକ୍ଷେ ଟଙ୍କା ଜରିମାନା ସହ ପୁରା ଦିନ କୋର୍ଟରେ ବସି ରହିବାକୁ ନିର୍ଦ୍ଦେଶ

200

କନକ ବ୍ୟୁରୋ : ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । ମୁଜ୍ଜାଫରପୁର ସେଲଟର ହୋମ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବଦଳି ଘଟଣାରେ ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ତାଙ୍କର କ୍ଷମା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିବା ସହ ୧ଲକ୍ଷ ଟଙ୍କା ଜରିମାନ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଂଜନ ଗୋଗୋଇ ଏହାର ଶୁଣାଣି କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଜାରି ରହିବ ସେପର୍ଯ୍ୟନ୍ତ ନାଗେଶ୍ୱର ରାଓ ଓ ଅନ୍ୟ ଅଧିକାରୀ କୋର୍ଟରୁମ ପରିସରରେ ବସିବାକୁ ପଡିବ ବୋଲି କଡାବାଣୀ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

ମୁଜ୍ଜାଫରପୁର ସେଲଟର ହୋମର ଯାଂଚ କରୁଥିବା ଟିମ ମଧ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସଫା ସଫା ମନାକରିଦେଇଛନ୍ତି କୋର୍ଟ । ଅରୁଣ ଶର୍ମା ହିଁ ଏହି କେସର ନେତୃତ୍ୱ ନେବେ । ନାଗେଶ୍ୱର ରାଓଙ୍କ ବ୍ୟତୀତ ଏସ୍.ଭସୁରଣଙ୍କ ଉପରେ ମଧ୍ୟ ଏକ ଲକ୍ଷର ଜୋରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ ।