ବେକାର ଭାବି ବାହାରେ ବୁଲିବାକୁ ଛାଡି ଦେଇଥିବା ଗାଈଙ୍କ ଠାରୁ ୩ ଲକ୍ଷରୁ ଅଧିକ ଆୟ , ଗୋବର ଓ ମୂତ୍ରରୁ ତିଆରି ହେଉଛି କୀଟନାଶକ

73

ଦୁଗ୍ଧ ଉତ୍ପାଦନ ନହେବା କାରଣରୁ ଯେଉଁ ଗାଇ ଗୁଡିକୁ କୃଷକ ଏବଂ ଗୋପାଳକ ମାନେ ଅକର୍ମଣ୍ୟ ଭାବି ବାହାରେ ବୁଲିବା ପାଇଁ ଛାଡିଦେଇଥିଲେ । ଏବେ ସେହି ଗାଇ ଗୁଡିକର ଗୋବର ଏବଂ ପରିଶ୍ରାରୁ ନଗରନିଗମ ପ୍ରଶାସନ ଜିଆ ଖତ, ସନଲାଇଟ , ଚାଷ ଜମିରେ ପକାଇବା ପାଇଁ ଖତ ଇତ୍ୟାଦି ବହୁପଯୋଗୀ ପଦାର୍ଥ ତିଆରି କରିବାରେ ସଫଳ ହୋଇଛି । ଗୋରୁ ଗାଇଙ୍କ ମୂତ୍ରରେ କେମିକାଲର ପରିମାଣ ଅଧିକ ଥିବାରୁ ସେଥିରୁ ବିଭିନ୍ନ ପ୍ରକାର ଗୋନାଇଲ୍ , କିଟନାଶକ ଔଷଧ ଓ ମଶା , ମାଛି ମାରିବା ଭଳି ଔଷଧ ମଧ୍ୟ ତିଆରି କରାଯାଇପାରୁଛି । ଏଥିରୁ ତିଆରି ହୋଇଥିବା କିଟନାଷକ ଔଷଧ ଚାଷ ଏବଂ ବଗିଚାରେ ବ୍ୟବହାର ଉପଯୋଗୀ ହୋଇଥିବାରୁ ନଗର ନିଗମ ଏହି ବ୍ୟବସାୟକୁ ଆରମ୍ଭ କରି ଏପର୍ଯ୍ୟନ୍ତ ୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା କମାଇବାରେ ସକ୍ଷମ ହୋଇପାରିଛି ।

ଗୋମୂତ୍ରରୁ ବନାଯାଉଛି ଗୋନାଇଲ୍
ସମାଜରେ ଗାଇର ଗୋବର ଓ ମୂତ୍ରକୁ ପବିତ୍ର ବା ଶୁଦ୍ଧ ବୋଲି ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମରେ ଗାଇର ମୂତ୍ର ଏବଂ ଗୋବରକୁ ପୂଜା ପର୍ବାଣୀରେ ବ୍ୟବହାର କରାଯାଏ । କୁହାଯାଏ ଏହାକୁ ପିଇବା ଦ୍ୱାରା ମଣିଷ ପବିତ୍ର ହେବା ସହ ତାର ସବୁ ପାପ କ୍ଷୟ ହୋଇଯାଇଥାଏ । ନଗର ନିଗମର ଲାଲଟିପାରା ଗୋଶାଳାରେ ପାଖାପାଖି ୬୦୦୦ ରୁ ଉଦ୍ଧ୍ୱର୍ ଗାଇ ଅଛନ୍ତି । ଏହି ଗାଇଙ୍କ ଠାରୁ ନଗର ନିଗମ ପ୍ରତିଦିନ ୬୦ ହଜାର କିଲୋ ଗୋବର ପାଇଥାଏ । ତେବେ ଏହି ଗୋବରରୁ ନଗର ନିଗମ ବହୁ ପ୍ରକାର ଆପଶ୍ୟକୀୟ ପଦାର୍ଥ ତିଆରି କରିବା ଆରମ୍ଭ କରିଛି । ଠିକ ସେହିପରି ଗାଇର ମୂତ୍ର ଯାହାକି କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରୁନଥିଲା ତାହାକୁ ମଧ୍ୟ ବ୍ୟବହାର ଉପଯୋଗୀ କରାଯାଇ ଫିନାଇଲ ଭଳି ଗୋନାଇଲର ସ୍ଥାନ ଦିଆଯାଇଛି । ଏହା ସହିତ ଗୋମୂତ୍ରକୁ କିଟନାଶକ ଔଷଧରେ ପରିଣତ କରାଯାଇ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ଏହି କିଟନାଶକ େଓøଷଧ ମନୁଷ୍ୟ ଶରୀର ଉପରେ କୌଣସି ପ୍ରକାରର କୁପ୍ରଭାବ ପକାଉନାହିଁ ।

ଏହି ପ୍ରଣାଳିରୁ ହୋଇଥିବା ଫାଇଦା
୨୦୧୭-୧୮ ମସିହାରେ ଗୋଶାଳାରୁ କୃଷକ ମାନେ ପ୍ରାୟ ୨.୫ ଲକ୍ଷ ଟଙ୍କାର ଖତ ବିକି ଲାଭବାନ ହୋଇଛନ୍ତି । କେବଳ ସେତିକି ନୁହେଁ ଏଥି ସହିତ ଶ୍ମଶାନରେ ଶବ ଦାହ ସଂସ୍କାର କାର୍ଯ୍ୟରେ ଲଗାଇବା ପାଇଁ ଗୋବରୁ ତିଆରି ହୋଇଥିବା ଜାଳେଣୀ ପଦାର୍ଥକୁ ୪୨ ହଜାର , ଗୋନାଇଲରୁ ୪୦ ହଜାର ଟଙ୍କାରେ ବିକ୍ରୀ କରି ଲାଭବାନ ହୋଇଛନ୍ତି ।