ଯେଉଁ ଗାଈଙ୍କୁ ବେକାର ଭାବି ବାହାରେ ଛାଡିଦିଆଯାଇଥିଲା, ଏବେ ସେମାନଙ୍କ ଠାରୁ ୩ ଲକ୍ଷରୁ ଅଧିକ ଆୟ , ଗୋବର ଓ ମୂତ୍ରରୁ ତିଆରି ହେଉଛି କିଟନାଶକ ଔଷଧ ।
ଦୁଗ୍ଧ ଉତ୍ପାଦନ ନହେବା କାରଣରୁ ଯେଉଁ ଗାଇ ଗୁଡିକୁ କୃଷକ ଏବଂ ଗୋପାଳକ ମାନେ ଅକର୍ମଣ୍ୟ ଭାବି ବାହାରେ ବୁଲିବା ପାଇଁ ଛାଡିଦେଇଥିଲେ, ଏବେ ସେହି ଗାଇ ଗୁଡିକର ଗୋବର ଏବଂ ପରିଶ୍ରାରୁ ନଗରନିଗମ ପ୍ରଶାସନ ଜିଆ ଖତ, ସନ୍ଲାଇଟ, ଚାଷ ଜମିରେ ପକାଇବା ପାଇଁ ଖତ ଇତ୍ୟାଦି ବହୁପଯୋଗୀ ପଦାର୍ଥ ତିଆରି କରିବାରେ ସଫଳ ହୋଇଛି । ଗୋରୁ ଗାଇଙ୍କ ମୂତ୍ରରେ କେମିକାଲର ପରିମାଣ ଅଧିକ ଥିବାରୁ ସେଥିରୁ ବିଭିନ୍ନ ପ୍ରକାର ଗୋନାଇଲ୍, କିଟନାଷକ ଔଷଧ ଓ ମଶା, ମାଛି ମାରିବା ଭଳି ଔଷଧ ମଧ୍ୟ ତିଆରି କରାଯାଇପାରୁଛି । ଏଥିରୁ ତିଆରି ହୋଇଥିବା କିଟନାଷକ ଔଷଧ ଚାଷ ଏବଂ ବଗିଚାରେ ବ୍ୟବହାର ଉପଯୋଗୀ ହୋଇଥିବାରୁ ନଗର ନିଗମ ଏହି ବ୍ୟବସାୟକୁ ଆରମ୍ଭ କରି ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଟଙ୍କା କମାଇବାରେ ସକ୍ଷମ ହୋଇପାରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସମାଜରେ ଗାଈର ଗୋବର ଓ ମୂତ୍ରକୁ ପବିତ୍ର ବା ଶୁଦ୍ଧ ବୋଲି ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମରେ ଗାଇର ମୂତ୍ର ଏବଂ ଗୋବରକୁ ପୂଜା ପର୍ବାଣୀରେ ପଞ୍ଚାମ୍ବୃତ ତିଆରି କରିବାରେ ବ୍ୟବହାର କରାଯାଏ । କୁହାଯାଏ ଏହାକୁ ପିଇବା ଦ୍ୱାରା ମଣିଷ ପବିତ୍ର ହେବା ସହ ତାର ସବୁ ପାପ କ୍ଷୟ ହୋଇଯାଇଥାଏ । ନଗର ନିଗମର ଲାଲଟିପାରା ଗୋଶାଳାରେ ପାଖାପାଖି ୬୦୦୦ ରୁ ଅଧିକ ଗାଇ ଅଛନ୍ତି । ଏହି ଗାଇଙ୍କ ଠାରୁ ନଗର ନିଗମ ପ୍ରତିଦିନ ୬୦ ହଜାର କିଲୋ ଗୋବର ପାଇଥାଏ । ତେବେ ଏହି ଗୋବରରୁ ନଗର ନିଗମ ବହୁ ପ୍ରକାର ଆବଶ୍ୟକୀୟ ପଦାର୍ଥ ତିଆରି କରିବା ଆରମ୍ଭ କରିଛି । ଠିକ ସେହିପରି ଗାଇର ମୂତ୍ର ଯାହାକି କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରୁନଥିଲା ତାହାକୁ ମଧ୍ୟ ବ୍ୟବହାର ଉପଯୋଗୀ କରାଯାଇ ଫିନାଇଲ ଭଳି ଗୋନାଇଲର ସ୍ତାନ ଦିଆଯାଇଛି । ଏହା ସହିତ ଗୋମୂତ୍ରକୁ କିଟନାଷକ ଔଷଧରେ ପରିଣତ କରାଯାଇ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ଏହି କିଟନାଶକ ଔଷଧ ମନୁଷ୍ୟ ଶରୀର ଉପରେ କୌଣସି ପ୍ରକାରର କୁପ୍ରଭାବ ପକାଉନାହିଁ ।
୨୦୧୭-୧୮ ମସିହାରେ ଗୋଶାଳାରୁ କୃଷକ ମାନେ ପ୍ରାୟ ୨.୫ ଲକ୍ଷ ଟଙ୍କାର ଖତ ବିକି ଲାଭବାନ ହୋଇଛନ୍ତି । କେବଳ ସେତିକି ନୁହେଁ ଏଥି ସହିତ ଶ୍ମସାନରେ ଶବ ଦାହ ସଂସ୍କାର କାର୍ଯ୍ୟରେ ଲଗାଇବା ପାଇଁ ଗୋବରରୁ ତିଆରି ହୋଇଥିବା ଜାଳେଣୀ ପଦାର୍ଥକୁ ୪୨ ହଜାର, ଗୋନାଇଲରୁ ୪୦ ହଜାର ଟଙ୍କାରେ ବିକ୍ରି କରି ଲାଭବାନ ହୋଇଛନ୍ତି ।