ଶିଶୁମୃତ୍ୟୁକୁ ନେଇ ଚର୍ଚ୍ଚିତ ନଗଡାର ବଦଳୁଛି ଚେହେରା !  ପାହାଡ ଉପରେ ପକାଁଘର, ପକ୍କା ସଡକ ସହ ବିଜୁଳି ସଂଯୋଗ । 

27
କନକ ବ୍ୟୁରୋ : ଦିନେ ଶିଶୁ ଅପପୃଷ୍ଟି ପାଇଁ ସାରା ଦେଶରେ ପରିଚିତ ହୋଇଥିବା ଯାଜପୁର ଜିଲ୍ଲାର ଅପହଂଚ ଇଲାକା ନଗଡା ଏବେ ବିକାଶ ପଥରେ ଆଗେଇ ଚାଲିଛି । ନୁଆଁଣିଆ ଚାଳ ଘର ବଦଳରେ ସମସ୍ତଙ୍କ ପାଇଁ ତିଆରି ଚାଲିଛି ପକ୍କା ଘର । ଗାଁକୁ ପକ୍କା ରାସ୍ତା ସହ ବିଜୁଳି ସଂଯୋଗ ମଧ୍ୟ ଦିଆଯାଇଛି । ଏହା ସହ ପ୍ରତ୍ୟେକ ଘରକୁ ସ୍ୱାସ୍ଥ୍ୟ ସେବା ସହ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଯୋଗାଇ ଦେଇଛି ପ୍ରଶାସନ ।
ଏହା ସହ ନଗଡାବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଓ ଚାଷର ତାଲିମ ମଧ୍ୟ ଦିଆଯାଉଛି । ଯାହା ଫଳରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଖାଇବା ସହ ବିକ୍ରି କରି ପରିବାର ଭରଣ ପୋଷଣ କରିବାକୁ ସକ୍ଷମ ହେଉଛନ୍ତି ନଗଡାବାସୀ ।