ନଗଡା ଦେଖିବ ପକ୍କା ରାସ୍ତା : ୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

19

ଯାଜପୁର : ଆଜି ଯାଜପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଚର୍ଚ୍ଚିତ ନଗଡା ପାଇଁ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ ନବୀନ । ବିଶେଷ କରି ନଗଡାକୁ ଏକ ସବୁଦିନିଆ ରାସ୍ତାର ଶିଳାନ୍ୟାସ ହେବ । ଅଶୋକଝରରୁ ନଗଡା ପର୍ଯ୍ୟନ୍ତ ୭ କିଲୋମିଟରର ରାସ୍ତା ତିଆରି ହେବ । ଯାହାର ବଜେଟ୍ ରହିଛି ୧୨ କୋଟି ୮୧ଲକ୍ଷ ଟଙ୍କା ।

ସେହିପରି ୧୬ ବର୍ଷର ଶାସନ ମଧ୍ୟରେ ପ୍ରଥମ ଥର ପାଇଁ ସୁକିନ୍ଦା କ୍ରୋମ୍ ଉପତ୍ୟକାକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ହେବ । ଏଥିସହ ଟମକା-ମଙ୍ଗଳପୁର ଚାରି ଥାକିଆ ରାସ୍ତା, କଲରଙ୍ଗିରେ ଅତ୍ୟାଧୁନିକ ପାର୍କ ଓ ଷ୍ଟାଡିୟମର ବି ଶିଳାନ୍ୟାସ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।