ବଦଳୁଛି ନଗଡ଼ା ଚିତ୍ର ! ଦ୍ୱିତୀୟଥର ପାଇଁ ଖାଦ୍ୟ ଓ ପାନୀୟର ସମୀକ୍ଷା କଲେ ଖାଦ୍ୟ ଆୟୁକ୍ତ ରଙ୍ଗଲାଲ ଜାମୁଦ

74

କନକ ବ୍ୟୁରୋ: ବଦଳୁଛି ନଗଡ଼ା ଚିତ୍ର । ଦ୍ୱିତୀୟ ଥର ପାଇଁ ନଗଡ଼ା ଗସ୍ତ କରିଛନ୍ତି ଖାଦ୍ୟ ଆୟୁକ୍ତ ରଙ୍ଗଲାଲ ଜାମୁଦ, ଜିଲ୍ଲା ପ୍ରଶାସନ । ଖାଦ୍ୟ ଅଭାବ ଯୋଗୁ ନଗଡାର ବହୁ ଶିଶୁ ଅପପୃଷ୍ଟିର ସ୍ୱକାର ହୋଇ ମୃତ୍ୟୁବରଣ କରିବା ପରେ ନଗଡାକୁ ନେଇ ଜୋର ଧରିଥିଲା ରାଜନୀତି । ନଗଡାରେ ବିକାଶ ପହଂଚାଇବା ପାଇଁ ବିରୋଧୀ ଦାବି କରୁଥିବା ବେଳେ ବିକାଳମୂଳକ ଯୋଜାନାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନରୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାପରେ ଯୁଦ୍ଧ କାଳୀନ ଭିତିରେ ଚାଲିଛି ରାସ୍ତା କାମ ।

ନଗଡାର ପାରିପାଶ୍ୱିକ ସ୍ଥିତିରେ ଘଟୁଛି ପରିବର୍ତନ । କିନ୍ତୁ ଏଯାଏଁ ଅପପୃଷ୍ଟି ରୋଗର ସମ୍ପୂର୍ଣ୍ଣ ସମାଧାନ ହୋଇପାରି ନାହିଁ । ଏହି ଅଂଚଳର ଜୁଆଙ୍ଗମାନେ ଆଜି ବି ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ପ୍ରଚଣ୍ଡଖରା ପାଇଁ ପାଣି ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି । ଯାହାକୁ ନେଇ ଆଜି ନଗଡାର ସ୍ଥିତି ପରିଖିଛନ୍ତି ଖାଦ୍ୟ ଆୟୁକ୍ତ ରଙ୍ଗଲାଲ । ସେ ସେଠାରେ ଖାଦ୍ୟ ଓ ପାନୀୟ ଜଳର ସମୀକ୍ଷା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –