ନଗଡ଼ା ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍

86

ଯାଜପୁର : ଯାଜପୁର ନଗଡ଼ା ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟର ଏକ ୫ ଜଣିଆ ଟିମ୍ ନଗଡ଼ା ଗସ୍ତ କରିବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ଚେତନ ସାଙ୍ଗିଙ୍କ ନେତୃତ୍ୱରେ ଏହି ଟିମ୍ ଆଜି ଓଡ଼ିଶା ଆସୁଛି । ଏହି ଅନୁଧ୍ୟାନକାରୀ ଦଳରେ ଅତିରିକ୍ତ ନିର୍ଦେଶକ ଡାକ୍ତର ଅବଦେଶ କୁମାର, ଶିଶୁ ବିଶେଷଜ୍ଞ ପ୍ରବୀଣ କୁମାର ଓ ଡାକ୍ତର ଅରୁଣ ସିଂହ ପ୍ରମୁଖ ଅଛନ୍ତି । ଏହି ଟିମ ନଗଡ଼ା ଯାଇ ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣାର ତଥ୍ୟ ସଂଗ୍ରହ କରିବ । ଟିମର ସଦସ୍ୟମାନେ ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ରକୁ ଏନେଇ ଏକ ରିପୋର୍ଟ ପ୍ରଦାନ କରିବେ । ନଗଡ଼ାର ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଏକ ଫେକ୍ଟ ଫାଇଣ୍ଡିଂ ଟିମ୍ ଯାଜପୁରକୁ ପଠାଇବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାକୁ ଚିଠି ମଧ୍ୟ ଲେଖିଥିଲେ ।