ନଗଡା ଶିଶୁ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନ କଲେ ହସ୍ତକ୍ଷେପ

23

ନଗଡା : ନଗଡା ଶିଶୁ ମୃତ୍ୟê ଘଟଣାରେ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ହସ୍ତକ୍ଷେପ କରିଛନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଯେଉଁଠି ଦିନେ ସରକାରୀ ବାବୁଙ୍କ ଦେଖାମିଳେନାହିଁ । ସେଠିକୁ ଅଫିସରଙ୍କ ତୋଫାନୀ ଗସ୍ତ କରୁଛନ୍ତି । ଗତକାଲି ଟାକ୍ସଫୋର୍ସର ନୋଡାଲ ଅଫିସର ଆଇଏଏସ ମନୋଜ କୁମାର ଆହୁଜା, ପ୍ରମୋଦ କୁମାର ମେହୋଟା, ଶିଶୁ ପୃଷ୍ଟି ଶାଧନ କେନ୍ଦ୍ରର ଉପନିର୍ଦ୍ଦେଶକ ଡାକ୍ତର ବିଶ୍ୱରଂଜନ କର ଗସ୍ତ କରିଥିବା ବେଳେ ଆଜି ଯାଜପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ମଧ୍ୟ ନଗଡା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଶିଶୁ ଗଣନା ଓ ସ୍ୱାସ୍ଥ୍ୟଗତ ସର୍ଭେ କରିଛନ୍ତି । ଏହାସହ ଅପପୃଷ୍ଟି ଯୋଗୁଁ ଶିଶୁ ମୃତ୍ୟê ରୋକିବା ନେଇ କାଳିଆପାଣି ଟିସ୍କୋ ହସ୍ପିଟାଲ ପରିସରରେ ଏକ ଶିଶୁ ପୃଷ୍ଟିସାଧନ କେନ୍ଦ୍ର ଖୋଲାଯାଇଛି । ଏଥିରେ ନଗଡା ଓ ଗୁହିଆଶାଳ ଗାଁର ୨୨ ଜଣ ଶିଶୁଙ୍କର ଚିକିତ୍ସା କରାଯାଉଥିବା କହିଛନ୍ତି ଜିଲ୍ଲାପାଳ । ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –