ଅଭିଶପ୍ତ ଉପତ୍ୟକାରୁ ସହରୀ ହସ୍ପିଟାଲ୍ ! ନଗଡାର ୧୯ଶିଶୁଙ୍କୁ ବଂଚାଇବାକୁ ଚାଲିଛି ଉଦ୍ୟମ

34

vlcsnap-2016-07-21-18h53m50s330ଯାଜପୁର : କେବେ ପାହାଡ ଏପାରିର ଦୁନିଆ ଦେଖି ନଥିବା ନଗଡା ଶିଶୁ ଏବେ ସହରୀ ମେଡିକାଲରେ। ମୃତ୍ୟୁର ପାହାଡ ଖୋଲରୁ ୧୯ ପିଲା ଏବେ ଉଦ୍ଧାର ହୋଇ ଆସିଛନ୍ତି ସହରୀ ହସ୍ପିଟାଲକୁ । ଏ ସମସ୍ତେ ଭୋକର ଉପତ୍ୟକାର ଭବିଷ୍ୟତ । ଯେଉଁ ଇଲାକାର ପିଲାଙ୍କୁ ଏନ୍ତୁଡିଶାଳ ଛାଡିବା ବେଳକୁ ବାରଣ୍ଡାରେ ମୃତ୍ୟୁ ଅପେକ୍ଷା କରିଥାଏ । ଆଉ ଯେଉଁଠି ହାତ ଧରି ଚାଲି ଶିଖିବାକୁ ପିଲା ଶକ୍ତି ପାଏନି । ତେବେ ଅନାହାର ଓ ଅପପୁଷ୍ଟିର କବଳରେ ପଡି ୧୯ ଶିଶୁ ପ୍ରାଣ ହରାଇବା ପରେ ଏବେ ଆଉ ୧୯ ଶିଶୁଙ୍କୁ ସରକାର ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଛନ୍ତି। ଦୁର୍ଭିକ୍ଷର କଥା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସରକାର ଟାସ୍କ ଫୋର୍ସ ଗଠନ କରିଛନ୍ତି। ଆଉ ଟାସ୍କଫୋର୍ସର ଫୋକସରେ ରହିଛି ଏହି ଶିଶୁଙ୍କୁ ବଂଚାଇବା ।

vlcsnap-2016-07-21-18h54m00s282ତିନି ମାସ ଭିତରେ ଏ ପିଲାଙ୍କ ମଧ୍ୟରୁ ଅନେକ ନିଜ ସାଙ୍ଗସାଥୀ କିମ୍ବା ଭାଇ ଭଉଣୀଙ୍କୁ ହରାଇ ସାରିଛନ୍ତି । ହୁଏତ ଗଣମାଧ୍ୟମରେ ନଗଡାର ଅଭିଶପ୍ତ କାହାଣୀ ପ୍ରସାରିତ ହୋଇ ନଥିଲେ, ଏମନେ ବି ସେହି ବାଟର ଯାତ୍ରୀ ହୋଇ ସାରନ୍ତେଣୀ । ଡାକ୍ତରଙ୍କ ଭାଷାରେ କାହାକୁ ମ୍ୟାଲେରିଆ ହୋଇଛି ତ କାହାକୁ ନିମୋନିଆ । ପୁଷ୍ଟିହୀନତା, ଚର୍ମ ଶୁଷ୍କତା ଭଳି ରୋଗ ତ ସମସ୍ତଙ୍କ ପାଖରେ । ସବୁଠାରୁ ଆଶ୍ଚର୍ଯ୍ୟର କଥା , ଏ ପିଲା ଓ ଏମାନଙ୍କ ପରିବାରର ଜଣେ ବି ସଦସ୍ୟ ଜୀବନରେ ଡାକ୍ତରଙ୍କୁ ଦେଖି ନଥିଲେ କି ଔଷଧ ଖାଇ ନଥିଲେ ।

ତେବେ ଡାକ୍ତର ଚିକିତ୍ସା କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସର ବଡ ବଡ ବାବୁ ପିଲାଙ୍କ ଦେଖା ରଖା କରୁଛନ୍ତି । ହୁଏତ କିଛି ଦିନ ଭିତରେ ଏମାନେ ସୁସ୍ଥ ହୋଇ ଯିବେ । ହେଲେ ଏମାନେ ଫେରିବା ବେଳକୁ କଣ ଅଭିଶପ୍ତ ନଗଙ୍ଗାର ଚିତ୍ର ବଦଳି ଯାଇଥିବ । ନାଁ ପୁଣି ନଗଙ୍ଗାର ପାହାଡ ଖୋଲ ଭିତରେ ଅଭିଶପ୍ତ ପାଲଟି ଯିବ ଏମାନଙ୍କ ଶୈଶବ ।