କୁମ୍ଭମେଳାକୁ କାହିଁକି ଆସନ୍ତି ଲକ୍ଷ ଲକ୍ଷ ନାଗାସାଧୁ ? କ’ଣ ଖାଆନ୍ତି ଏବଂ କେଉଁଠି ରୁହନ୍ତି ? ଜାଣନ୍ତୁ ଏହି ରହସ୍ୟମୟୀ ନାଗାସାଧୁଙ୍କ ବିଷୟରେ କିଛି ।

1,059

ଅର୍ଦ୍ଧକୁମ୍ଭ ,ମହାକୁମ୍ଭରେ ହୁଂକାର ଭରିବା ପାଇଁ ଦେହରେ ଭସ୍ମ ଲଗାଇ ନାଚି ଗାଇ କୁମ୍ଭମେଳାର ପବିତ୍ର ମାସରେ ଭାରତର କୋଣ ଅନୁକୋଣରୁ ଛୁଟି ଆସନ୍ତି ନାଗାସାଧୁ । କିନ୍ତୁ କୁମ୍ଭମେଳା ଶେଷ ହେବା କ୍ଷଣି ଏହି ନାଗା ସାଧୁ କେଜାଣି କେଉଁ ରହସ୍ୟମୟୀ ଦୁନିଆରେ ହଜି ଯାଆନ୍ତି କାହାରିକୁ ଏ ବିଷୟରେ ଜ୍ଞାତ ନଥାଏ । ତେବେ ପ୍ରଶ୍ନ ଆସେ ଯେ ନାଗାସାଧୁ କେଉଁ ଠାରୁ ଆସନ୍ତି ଏବଂ କ’ଣ ଖାଆନ୍ତି? କିଭଳି ହୋଇଥାଏ ତାଙ୍କ ଜୀବନ ଏବଂ କେମିତି ବନନ୍ତି ସେମାନେ ନାଗାସାଧୁ? ତେବେ ଯଦି ଆପଣ ଜାଣିନାହାନ୍ତି ଆଜି ଆମେ ଏହି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

କୁମ୍ଭ ଏବଂ ମହାକୁମ୍ଭ ସମୟରେ ହାଡଭଙ୍ଗା ଶୀତରେ ଏହି ନାଗାସାଧୁ ନିବସ୍ତ୍ର ରୁହନ୍ତି ଏବଂ ଖୁବ୍ ଗରମରେ ଶରୀରରେ ବିଭୁତି ଲଗାଇଥାନ୍ତି । ସୋମାନଙ୍କୁ ନା କେହି ଆସୁଥିବା ଦେଖନ୍ତି ନା ହି କେହି ଯାଉଥିବା ଦେଖନ୍ତି । ତାଙ୍କ ଜୀବନ ବହୁତ ଜଟିଳ ହୋଇଥାଏ । ତେବେ ଚଳିତ ବର୍ଷ ଆହ୍ଲାବାଦ୍ (ପ୍ରୟାଗରାଜ) ଠାରେ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟରେ ଆପଣ ପ୍ରୟାଗରାଜ ସକାଳୁ ଗଲେ ଦେଖିବେ ଗଙ୍ଗାତଟରେ ହଜାର ହଜାର ନାଗାସାଧୁ ରୁଣ୍ଡ ହୋଇ ପବିତ୍ର ବୁଡ ପକାଉଥିବେ ।

କୁହାଯାଏ ଗଙ୍ଗା ନଦୀରେ ବୁଡ ପକାଇଲେ ଜଣେ ନାଗାସାଧୁଙ୍କ ତପ ସମ୍ପୁର୍ଣ୍ଣ ହୁଏ । ଗଙ୍ଗା ସ୍ନାନ ପରେ ହିଁ ଜଣେ ନାଗାସାଧୁଙ୍କ ଶ୍ରେଣୀରେ ଆସିଥାଏ । ଆପଣ ଏଭଳି ବି କହିପାରନ୍ତି କି କେବଳ ଗଙ୍ଗା ସ୍ନାନ ହିଁ ନାଗାସାଧୁଙ୍କ ଅନ୍ତିମ ପରୀକ୍ଷା ଥାଏ । ସ୍ନାନ ପରେ ଏହି ସାଧୁ ସମ୍ପୁର୍ଣ୍ଣ ବସ୍ତ୍ର ତ୍ୟାଗ କରନ୍ତି । ନାଗାବାବାଙ୍କ ଆଉ ଏକ ଖାସ୍ କଥା ହେଉଛି ତାଙ୍କ ବିଧିବିଧାନରେ କେହି ମଧ୍ୟ ହସ୍ତକ୍ଷେପ କରିପାରିବ ନାହିଁ । ଏଭଳି ହେଲେ ସେ କ୍ରୋଧ ହୁଅନ୍ତି । ଆଦିମ କାଳରୁ ଏ ଯାଏଁ କେହି ମଧ୍ୟ ତାଙ୍କ ପରମ୍ପରାରେ ହସ୍ତକ୍ଷେପ କରିନାହାନ୍ତି । ଏଭଳି କୁହାଯାଏ ନାଗାସାଧୁ ୨୪ ଘଣ୍ଟାରେ କେବଳ ଥରେ ହିଁ ଭୋଜନ କରନ୍ତି ଏବଂ ଭିକ୍ଷା ମାଗି ସେ ପେଟ ପୁରାନ୍ତି । ଏଥିପାଇଁ ତାଙ୍କୁ ୭ ଟି ଘରୁ ଭିକ୍ଷା ମାଗିବାର ନିୟମ ରହିଛି । ଯଦି ଭିକ୍ଷା ନ ମିଳେ ତେବେ ଭୋକରେ ରହିବେ ପଛେ ଅଷ୍ଟମ ଘରକୁ ଯିବେନାହିଁ ।