ନୋବେଲ ଶାନ୍ତି ପୁରସ୍କାର ବିଜେତା ନାଦିୟା ମୁରାଦଙ୍କ ଲୋମଟାଙ୍କୁରା କାହାଣୀ : ବେହୋସ୍ ହେବା ପର୍ଯ୍ୟନ୍ତ ଆଇଏସଆଇଏସ୍ ଆତଙ୍କବାଦୀ କରୁଥିଲେ ଦୁଷ୍କର୍ମ

41

ଏ ବର୍ଷ ଶାନ୍ତିର ନୋବେଲ ପୁରସ୍କାର କାହାକୁ ମିଳିବ, ଏହା ଉପରେ ସମସ୍ତଙ୍କ ନଜର ରହିଥିଲା । ଏଥର ଶାନ୍ତିର ନୋବେଲ ପୁରସ୍କାର ୟାଜିଦି କାର୍ଯ୍ୟକର୍ତ୍ତା ନାଦିୟା ମୁରାଦଙ୍କୁ ସାରା ବିଶ୍ୱରେ ଯୁଦ୍ଧଗ୍ରସ୍ତ ଅଂଚଳରେ ଯୌନ ହିଂସା ବିରୋଧରେ କାମ କରିବା ପାଇଁ ଚୟନ କରାଯାଇଛି । ତାଙ୍କ ସହିତ କଙ୍ଗୋର ଚିକିତ୍ସକ ଡେନିସ୍ ମୁକୱେଗେଙ୍କୁ ଶାନ୍ତିର ନୋବେଲ ସମ୍ମାନ ଦିଆଯିବ । କିନ୍ତୁ ନାଦିୟାଙ୍କ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ସାଜିଛି । ସେ ଯେଉଁ ପରିସ୍ଥିତିର ସାମନା କରିଛନ୍ତି, ତାହା ଯାହାର ବି ମନୋବଳକୁ ଭାଙ୍ଗିଦେବ । କିନ୍ତୁ ନାଦିୟା ମୁରାଦ୍ ଅତ୍ୟନ୍ତ ଖରାପ ପରିସ୍ଥିତିର ଦିଗ ବଦଳାଇ ନିଜ ପାଇଁ ରାସ୍ତା ତିଆରି କଲେ । ନାଦିୟା ଇରାକର ପ୍ରଥମ ନାଗରିକ, ଯାହାଙ୍କୁ ଏହି ସମ୍ମାନ ଦିଆଯିବ ।

ନାଦିୟାଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ବର୍ଷ ୨୦୧୪ରେ ଅପହରଣ କରିନେଇଥିଲା । ଆତଙ୍କବାଦୀଙ୍କ କବଳରୁ ମୁକୁଳିବା ପୂର୍ବରୁ ୩ ମାସ ପର୍ଯ୍ୟନ୍ତ ତାଙ୍କୁ ଯୌନ ଦାସୀ କରି ରଖାଯାଇଥିଲା । ସେ ସଂଯୁକ୍ତ ରାଷ୍ଟ୍ର ସଂଘର ସୁରକ୍ଷା କାଉନସିଲଙ୍କୁ ଏକ ବୟାନରେ କହିଥିଲେ କି, ଆଇଏସଆଇଏସ୍ ଆତଙ୍କବାଦୀ ତାଙ୍କ ସହିତ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ ଓ ତାଙ୍କୁ ବେହୋସ୍ ହେବା ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲେ । ସେ କହିଲେ କି ତାଙ୍କୁ ସେଠାରୁ ଇରାକର ମୋସୁଲ ନିଆଯାଇଥିଲା । ନାଦିୟା ଇରାକର ସିଂଜର ଅଂଚଳର ବାସିନ୍ଦା, ଯାହା ସିରିୟା ସହିତ ଲାଗିକି ରହିଛି । ଏହି ଦେଶ ଆଇଏସ୍ ର ଗଡ । ଯେତେବେଳେ ଆଇଏସ୍ ତାଙ୍କୁ ତାଙ୍କ ଅଧୀନକୁ ନେଇଗଲେ, ସମସ୍ତ ୟାଜିଦି ମହିଳାଙ୍କ ଭଳି ତାଙ୍କ ଉପରେ ମଧ୍ୟ ଅତ୍ୟାଚାର ବର୍ଷିଥିଲା । ସେମାନେ ବେହୋସ୍ ହେବା ପର୍ଯ୍ୟନ୍ତ ତାଙ୍କୁ ବଳାତ୍କାର କରୁଥିଲେ ।