ଯୌନଦାସୀରୁ ରାଷ୍ଟ୍ରଦୂତ : ବଦଳିଯାଇଥିବା ଇରାକୀ ଝିଅ ନାଦିଆଙ୍କ କାହାଣୀ

46

ଇରାକୀ ଝିଅ ନାଦିଆ ମୁରାଦ୍ । ୧୯ ବର୍ଷ ବୟସରେ ଆଇଏସ୍ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ । ସଜାଇ ଦେଇଥିଲେ ଯୌନଦାସୀ । ଏହା ପରେ ନାଦିଆ ହୋଇଥିଲେ ବାରମ୍ବାର ଦୁଷ୍କର୍ମର ଶୀକାର। ଏମିତି କି ତାଙ୍କ ଆଖି ସାମ୍ନାରେ ତାଙ୍କ ବାପା ଓ ଭାଇକୁ ବି ହତ୍ୟା କରିଥିଲେ ଏହି ଆତଙ୍କବାଦୀମାନେ। କେତେଥର ମନ କହିଛି ଏମାନଙ୍କ କବଳରୁ ଖସିଚାଲିଯିବାକୁ । ଦୁଇଥର ସେ ଚେଷ୍ଟା ବି କରିଥିଲେ । କିନ୍ତୁ ଧରାପଡିଯାଇଥିଲେ ଆତଙ୍କୀଙ୍କ ହାତରେ । ଆଉ ଚେତା ହରାଇବା ଯାଏଁ ସେ ଦେଖୁଥିଲେ ଗଣଦୁଷ୍କର୍ମର ରୂପକୁ । ଏହାପରେ କିନ୍ତୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତମାନ ସେ ଯୁକ୍ତରାଜ୍ୟର ସାଜିଛନ୍ତି ରାଷ୍ଟ୍ରଦୂତ । ବେଆଇନ ମାନବ ଚାଲାଣକୁ ନେଇ ସେ ଏବେ ପ୍ରତିନିଧିତ୍ୱ କରୁଛନ୍ତି ।