ନବରଙ୍ଗପୁରର କରୁଣ ଚିତ୍ର : ଆସିଲାନି ଆମ୍ବୁଲାନ୍ସ ଅଟୋରେ ଗଲେ ପ୍ରସୂତି

84

ନବରଙ୍ଗପୁର : ଠିକଣା ସମୟରେ ଆମ୍ବୁଲାନ୍ସ ଆସିଲାନି ବୋଲି ଅଟୋରେ ଜନ୍ମ ହୋଇ ମୃତ୍ୟୁ ବରଣ କଲା ନବଜାତକ ଶିଶୁ କନ୍ୟା । ୧୦୨ କି ୧୦୮ଆମ୍ବୁଲାନ୍ସ ଗର୍ଭବତୀଙ୍କ ନିକଟରେ ପହଂଚି ନପାରିବାରୁ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଚଳାଣଗୁଡା ଗାଁରେ । ଗର୍ଭବତୀଙ୍କୁ ଅଟୋରେ ମେଡିକାଲ ନେବା ବାଟରେ ରାସ୍ତାରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ପ୍ରସୂତି ଜଣକ । କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା କିଛି ଅଲଗା ଅଟୋର ସିଟ୍ ତଳେ ପଡି ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ପ୍ରସୂତିଙ୍କ ପାଖରେ ଠିକ୍ ସମୟରେ ଆମ୍ବୁଲାନ୍ସ ପହଂଚିପାରିନଥିବାରୁ ଆଶାକର୍ମୀ ଜଣକ ଅଟୋରେ ଗର୍ଭବତୀଙ୍କୁ ନେଇ ଉମରକୋଟ ଡାକ୍ତରଖାନାକୁ ଯାଇଥିଲେ । ତେବେ ରାସ୍ତାରେ ହିଁ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଥିଲେ । ହେଲେ ଅଟୋର ସିଟରୁ ପଡିଯିବାରୁ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଉମରକୋଟ ଡାକ୍ତରଖାନରେ ଉତେଜନା ଦେଖାଦେଇଥିଲା ।