ଆସୁଛନ୍ତି ମୋଦି, ବଦଳୁଛନ୍ତି ନବୀନ ! କେନ୍ଦ୍ରାପଡା ସାହସୀ ଝିଅଙ୍କ ସହ ସେଲଫି ନେଲେ ନବୀନ

33

କନକ ବ୍ୟୁରୋ : ଆସୁଛନ୍ତି ମୋଦି, ବଦଳୁଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଲ୍ଫି ମୁଡ । କେନ୍ଦ୍ରାପଡାର ସାହସୀ ଝିଅଙ୍କ ସହ ସେଲଫି ନେଇଛନ୍ତି ନବୀନ । କୁମ୍ଭୀର ମୁହଁରୁ ବଂଚିଥିବା ୨ ଝିଅଙ୍କୁ ସମ୍ମଦ୍ଧ୍ୱର୍ନା ଦେବା ଅବସରରେ ସଚିବାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ଝିଅଙ୍କୁ ସେମାନଙ୍କ ସାହସ ପାଇଁ ସାବାସୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବର୍ଦ୍ଧନା ଦେବା ପରେ ନିଜେ ସେମାନଙ୍କ ସହ ସେଲଫି ଉଠାଇଥିଲେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଏକ ମଲରେ ଲୋକଙ୍କ ସହ ଠିଆ ହୋଇ ସେଲଫି ନେଇଥିଲେ । ଏପରିକି ଓୟୁଏଟିର କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେଲଫି ପାଇଁ ପୋଜ୍ ଦେଇଥିଲେ । ରମାଦେବୀ ଛାତ୍ରୀଙ୍କ ଫଟୋ ନେଇ ସୋସିଆଲ ମିଡିଆରେ ଭାଇରାଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ଛାତ୍ରୀଙ୍କୁ ମଧ୍ୟ ସେଲ୍ଫି ପାଇଁ ପୋଜ୍ ଦେଇଥିବା ନଜରକୁ ଆସିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –