ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ନୀତୀଶ କୁମାର ଓ ପଲାନିସ୍ୱାମୀଙ୍କ ସହ କଲେ ଆଲୋଚନା

29

କନକ ବ୍ୟୁରୋ : ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ସହ କିଛି ଆଲୋଚନା କରିବାକୁ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ନିର୍ବାଚନ ନେଇ ତିନିଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚା ହେଉଛି । ତେବେ ନବୀନ ପଟ୍ଟନାୟକ ଏ ବାବଦରେ କିଛି ଆଲୋଚନା ହୋଇନଥିବା ସ୍ପଷ୍ଟ କରିଛନ୍ତି ।

ବୈଠକରେ ମମତା ବାନାର୍ଜୀ ସାମିଲ ହୋଇନଥିଲେ । ତେବେ ମଧ୍ୟାହ୍ନ ଭୋଜନରେ ନବୀନ-ନୀତିଶ କିଛି ସମୟ ପାଇଁ ଆଲୋଚନା କରିଥିବା ଚର୍ଚା ହେଉଛି । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ନବୀନ ଦିଲ୍ଲୀରେ ଆହୁରି ୨ ଦିନ ରହିବେ । ତେଣୁ ସେ ଅନ୍ୟ କିଛି ନେତାଙ୍କୁ ଭେଟିବା ସମ୍ଭାବନା ରହିଛି ।