ରାଜଧାନୀ ଫେରିବେ ଶ୍ରେଷ୍ଠ ପ୍ରଶାସକ ନବୀନ ! ପଟୁଆରରେ ସ୍ୱାଗତ ସହ ହେବ ଶକ୍ତି ପ୍ରଦର୍ଶନ

31

କନକ ବ୍ୟୁରୋ : ଦେଶର ଶ୍ରେଷ୍ଠ ପ୍ରଶାସକ ହେବା ପରେ ଓଡ଼ିଶା ଫେରୁଛନ୍ତି ନବୀନ । ରାଜଧାନୀରେ ହେବ ଶକ୍ତି ପ୍ରଦର୍ଶନ । ହଜାର ହଜାର କର୍ମୀଙ୍କ ଜରିଆରେ ସୁପ୍ରିମୋଙ୍କୁ ସ୍ୱାଗତ କରିବାକୁ ହୋଇଛି ଗୋଟିଚାଳନା । ତୁଙ୍ଗ ନେତାଙ୍କୁ ପଛରେ ପକାଇ ନବୀନ ବାଜି ମାରିବା ପରେ, ଏହା ତାଙ୍କ ଭାବମୂର୍ତ୍ତିକୁ ଆହୁରି ବଢାଇଥିବା ଦର୍ଶାଇ ବିଜେଡି ତିଆରି କରିଛି ରଣନୀତି । ଉପକୁଳରୁ ଉପାନ୍ତ ଯାଏଁ କିଭଲି ଏହି ବାର୍ତ୍ତାକୁ ପହଂଚାଯିବ ସେନେଇ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି ।

ଖାଲି ଭୁବନେଶ୍ୱର ନୁହେଁ ବରଂ ଦିଲ୍ଲୀରେ ମଧ୍ୟ ଭାବମୂର୍ତ୍ତି ସଜାଡିବାକୁ ଉଦ୍ୟମ ଆରମ୍ଭ ହୋଇଛି । ମୁଖିଆଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ବାଜି ମାରିବା ସହ ରାଜ୍ୟରେ ପ୍ରତିପକ୍ଷଙ୍କୁ ଚେକମେଟ୍ ଦେଇଥିବା କୁହାଯାଉଛି । ଯଦିଓ ଏହାକୁ ପ୍ରାୟୋଜିତ ଆୱାର୍ଡ ଭାବେ ଅଭିହିତ କରି ବିରୋଧୀ ପ୍ରଚାର ଚଳାଇଛନ୍ତି, କିନ୍ତୁ ବାସ୍ତବତା ହେଉଛି, ରାଜନୀତିରେ ପୁଣି ନବୀନଙ୍କ କାଟତି ବଢିଛି ।

ନେତା ନମ୍ବର ୱାନ୍ ନବୀନ । ସମୟକୁ ସୁଯୋଗରେ ପରିଣତ କରିବାରେ ମାହିର ।  ସେ ମେ ୨୯ ପରେ ବିଦେଶରୁ ଫେରିବା କିମ୍ବା ମହାନଦୀ ଲଢେଇ ପାଇଁ ଦିଲ୍ଲୀ ଯିବା ବେଳେ ବିଶାଳ ଶୋଭାଯାତ୍ରା, ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଆଉ ଏବେ ଆୱାର୍ଡ ଜିତିବା ପରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଜରିଆରେ ନବୀନ,କର୍ମୀଙ୍କୁ ପୁଣି କ୍ରିୟାଶୀଳ କରିବା ସହ ଲୋକଙ୍କ ଆସ୍ଥା ଭାଜନ ହେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।