ଆଜି ଓଡିଶା ଫେରିବେ ଶ୍ରେଷ୍ଠ ପ୍ରଶାସକ ନବୀନ ପଟ୍ଟନାୟକ ! ରେଳ ଦୁର୍ଘଟଣା ଯୋଗୁଁ ନିରାଡମ୍ବର ଶୁଭେଚ୍ଛା ଜଣାଇବାକୁ ବିଜେଡିର ଅପିଲ୍

31

କନକ ବ୍ୟୁରୋ: ଆଉଟଲୁକ୍ ତରଫରୁ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ ହେବା ପରେ ଆଜି ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଜୋରଦାର ସ୍ୱାଗତ କରିବା ସହ ଶକ୍ତି ପ୍ରଦର୍ଶନ କରିବାକୁ ବିଜେଡିି ଅଂଟା ଭିଡିିଛି । ବିରାଟ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ଦିଲ୍ଲୀରେ ବିପୁଳ ସମ୍ବର୍ଦ୍ଧନା ପରେ ଓଡିଶାରେ ଉପକୂଳରୁ ଉପାନ୍ତ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପହଂଚାଇବାକୁ ଦଳ କରିଛି ସ୍ୱତନ୍ତ୍ର ପ୍ରସ୍ତୁତି । ମାତ୍ର ଉତ୍କଳ-କଳିଙ୍ଗ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ଭଳି ଦୁଃଖଦ ଘଟଣା ଘଟିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ନିରାଡ଼ମ୍ବର ଭାବେ ସ୍ୱାଗତ କରିବାକୁ ବିଜେଡି ଜନସାଧାରଣଙ୍କୁ ଅପିଲ କରିଛି ।

ଏଠାରେ ଆମେ କହିରଖୁଛୁ କି, ଦିଲ୍ଲୀରେ ଆଉଟଲୁକ୍ ପକ୍ଷରୁ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ ହେବା ପରେ ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଦଳ ପକ୍ଷରୁ ରାଜଧାନୀରେ କରାଯାଇଛି ବ୍ୟାପକ ପ୍ରସ୍ତୁତି । ହଜାର ହଜାର କର୍ମୀଙ୍କ ଜରିଆରେ ସୁପ୍ରିମୋଙ୍କୁ ସ୍ୱାଗତ କରିବାକୁ ହୋଇଛି ଗୋଟିଚାଳନା । ତୁଙ୍ଗ ନେତାଙ୍କୁ ପଛରେ ପକାଇ ନବୀନ ବାଜି ମାରିବା ପରେ, ଏହା ତାଙ୍କ ଭାବମୂର୍ତ୍ତିକୁ ଆହୁରି ବଢାଇଥିବା ଦର୍ଶାଇ ବିଜେଡି ତିଆରି କରିଛି ରଣନୀତି । ଉପକୁଳରୁ ଉପାନ୍ତ ଯାଏଁ କିଭଲି ଏହି ବାର୍ତ୍ତାକୁ ପହଂଚାଯିବ ସେନେଇ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି ।

ଖାଲି ଭୁବନେଶ୍ୱର ନୁହେଁ ବରଂ ଦିଲ୍ଲୀରେ ମଧ୍ୟ ଭାବମୂର୍ତ୍ତି ସଜାଡିବାକୁ ଉଦ୍ୟମ ଆରମ୍ଭ ହୋଇଛି । ମୁଖିଆଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ବାଜି ମାରିବା ସହ ରାଜ୍ୟରେ ପ୍ରତିପକ୍ଷଙ୍କୁ ଚେକମେଟ୍ ଦେଇଥିବା କୁହାଯାଉଛି । ଯଦିଓ ଏହାକୁ ପ୍ରାୟୋଜିତ ଆୱାର୍ଡ ଭାବେ ଅଭିହିତ କରି ବିରୋଧୀ ପ୍ରଚାର ଚଳାଇଛନ୍ତି, କିନ୍ତୁ ବାସ୍ତବତା ହେଉଛି, ରାଜନୀତିରେ ପୁଣି ନବୀନଙ୍କ କାଟତି ବଢିଛି ।