ନବୀନଙ୍କ ଟ୍ରିପଲ ଟି ! ଆଜିଠାରୁ ୩ ଦିନିଆ ଜିଲ୍ଲାପାଳ ସମ୍ମିଳନୀ, (ଟେକ୍ନୋଲଜି, ଟ୍ରାନ୍ସପରେନ୍ସି ଓ ଟିମ୍ ୱର୍କ ଉପରେ କାମ କରିବେ ଜିଲ୍ଲା ମୁଖ୍ୟ)

34

କନକ ବ୍ୟୁରୋ : ଆଜିଠାରୁ ବସୁଛି ଜିଲ୍ଲାପାଳଙ୍କ ୩ ଦିନିଆ ସମ୍ମିଳନୀ । ମୁଖ୍ୟମନ୍ତ୍ରୀଙ୍କ ୩ଟି–ଟି ଯଥା, ଟେକ୍ନୋଲଜି, ଟ୍ରାନ୍ସପରେନ୍ସି ଓ ଟିମ୍ ୱର୍କ ଉପରେ ପର୍ଯ୍ୟବେସିତ ଏହି ସମ୍ମିଳନୀ ଭିିନ୍ନ ଧରଣର ହେବ । ଏହି ସମ୍ମିଳନୀରେ ସରକାର ବା ବରିଷ୍ଠ ପଦାଧିକାରୀ ମାନେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ବା ପରାମର୍ଶ ଦେବା ପରିବର୍ତ୍ତେ ସେମାନଙ୍କଠାରୁ ବିଭିନ୍ନ କ୍ଷେତ୍ରୀୟ ସମସ୍ୟା ସମ୍ପର୍କରେ ଅବଗତ ହେବେ ।

ଆଜି ଦିନ ପ୍ରାୟ ୧୧ଟାରେ ମୁଖ୍ୟ ଶାସନ ସଚିବ ଏହି କର୍ମଶାଳାକୁ ଉଦଘାଟନ କରିବେ । ଏହି ସମ୍ମିଳନୀକୁ ୫ଟି ବିଭାଗରେ ବିଭକ୍ତ କରାଯିବ । ୧୨ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଦଳ ପକ୍ଷରୁ ସୁପାରିଶମାନ ଉପସ୍ଥାପନ କରାଯିବ । ଆଗାମୀ ଦିନରେ ନାଗରିକମାନଙ୍କୁ କିଭଳି ଉନ୍ନତି ଭାବେ ସେବା ଯୋଗାଇଦିଆଯିବ ସେନେଇ ସମ୍ମିଳନୀରେ ଆଲୋଚନା ହେବ ।