ବିଜେଡି ପଦଯାତ୍ରାରେ ବିଜେପିକୁ ଟାର୍ଗେଟ କଲେ ନବୀନ ! କହିଲେ, ଜାତୀୟ ଦଳଗୁଡିକ ଓଡିଶାକୁ ନିରାଶ କରିଛନ୍ତି, ବିକାଶ ନାଁରେ ଦେଉଛନ୍ତି ଭୁଲ ତଥ୍ୟ

19

କନକ ବ୍ୟୁରୋ : ବିଜେଡି ପଦଯାତ୍ରାରେ ଆଜି ବିଜେପିକୁ ଟର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ପଦଯାତ୍ରାରେ ସେ କହିଛନ୍ତି , ଓଡିଶା ବିକାଶ ମଡେଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି । କିନ୍ତୁ ଜାତୀୟ ଦଳଗୁଡିକ ଓଡିଶାକୁ ବାରମ୍ବାର ନିରାଶ କରୁଛନ୍ତି । ବିଜେପିର ନାଁ ନ ନେଇ ସେ କହିଛନ୍ତି , ସଂଘୀୟ ବ୍ୟବସ୍ଥାକୁ କିଛି ଦଳ ନଷ୍ଟ କରି ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ବିକାଶ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଓଡିଶା ଲୋକ ସେମାନଙ୍କୁ କେବେ ବି ଗ୍ରହଣ କରିବେ ନାହିଁ । ଏହି ପଦ ଯାତ୍ରାରେ ମନ୍ତ୍ରୀ , ସାଂସଦଙ୍କ ସହ ଦଳର ଶହ ଶହ କର୍ମୀ ସାମିଲ ହୋଇଥିଲେ ।