କୋବିନ୍ଦଙ୍କୁ ସମର୍ଥନ ନେଇ ପୁରୁଣା କଥା ଦୋହରାଇଲେ ବିଜେଡି ସୁପ୍ରିମୋ ! କହିଲେ,କେନ୍ଦ୍ରୀୟ ଅବହେଳା ନେଇ ଜାରି ରହିବ ସଂଗ୍ରାମ

23

କନକ ବ୍ୟୁରୋ : ରାମନାଥ କୋବିନ୍ଦ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ହେବେ ଏହା ଏକ ପ୍ରକାର ନିଶ୍ଚିତ ହୋଇଛି । ତେଲୁଗୁଦେଶମ ପାର୍ଟି, ଟିଆରଏସ, ବିଜେଡି ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି । ଯେଉଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲା ବିଜେଡି, ସେହି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ସହ ବଦଳି ଯାଇଛି ଆଭିମୁଖ୍ୟ ।

ତେବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଆଜି ବି ପୁରୁଣା କଥାକୁ ହୋଦରାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟର ସଂଘର୍ଷ ଜାରି ରହିବ ବୋଲି ସେ କହିଛନ୍ତି । ବିଜେପି ଓ କଂଗ୍ରେସଠାରୁ ସମ ଦୂରତ୍ୱ ରକ୍ଷା କରୁଥିବା ବିଜେଡିର ଏହି ପରିବର୍ତ୍ତିତ ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ । ଆଉ ଏହି ପ୍ରସଙ୍ଗରେ ନବୀନଙ୍କ ଯୁକ୍ତି, ଗତ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ଏନଡିଏ ସମର୍ଥନ ଜଣାଇଥିବାରୁ, ଏବେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି ନବୀନ ।