ଏମ୍ସ ଡାକ୍ତରୀ ଛାତ୍ରଙ୍କୁ ଅପହରଣ ଘଟଣା ! ମେହବୁବା ମୁଫତିଙ୍କ ଟ୍ୱିଟର ଉତ୍ତର ରଖିଲେ ଓଡିଶା ମୁଖ୍ୟମନ୍ତ୍ରୀ

39

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର ସୋହେଲ ଅଜିଜଙ୍କ ନିଖୋଜ ପଛରେ ମାଓବାଦୀଙ୍କ ହାତ ନେଇ ଖବର ପରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ । ତୁରନ୍ତ ତାଙ୍କ ପତା ଲଗାଇବା ପାଇଁ ଓଡିଶା ସରକାରଙ୍କୁ ଅପିଲ କରି ଟ୍ୱିଟ କରିଛନ୍ତି ମେହବୁବା ମୁଫତି । କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ର ଉତର ରଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।

ନବୀନ ପଟ୍ଟନାୟକ କହିଛନ୍ତି ଏମ୍ସର ଡାକ୍ତରୀ ଛାତ୍ରଙ୍କ ନିଖୋଜ ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏହି ଘଟଣାରେ ତଦନ୍ତ ଜାରି ରହିଛି । ତ୍ୱରିତ ପଦକ୍ଷେପ ନେବା ପାଇଁ ରାଜ୍ୟ ପୁଲିସ ଓ ତଦନ୍ତକାରୀ ସଂସ୍ଥାôକୁ ନିର୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି । ନବୀନଙ୍କ ଟ୍ୱିଟ୍ ପରେ କାଶ୍ମୀର ମୁଖ୍ୟମନ୍ତ୍ରୀ ମହେବୁବା ମୁଫତି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିଖୋଜ ଛାତ୍ର ସୋହେଲଙ୍କୁ ୩ଟି ରାଜ୍ୟର ପୁଲିସ୍ ଖୋଜୁଛି । ଆତଙ୍କୀ ଲିଙ୍କ୍ ସନ୍ଦେହର ଆଶଙ୍କା ଥିବାରୁ ଏନ୍ଆଇଏ ନଜର ରଖିଛି । ରାଜ୍ୟ ପୁଲିସ ଓ ତଦନ୍ତକାରୀ ସଂସ୍ଥା ସୋହେଲଙ୍କୁ ଖୋଜୁଥିଲେ ସୁଦ୍ଧା ଏଯାଏଁ ତାଙ୍କ ବିଷୟରେ କୌଣସ୍ୟ ତଥ୍ୟ ହାସଲ କରିପାରିନାହାନ୍ତି ।