ଟ୍ୱିଟ କରି ନବୀନ କହିଲେ ସ୍ୱାଧିନତା ସଂଗ୍ରାମର ପ୍ରଥମ ଓଡ଼ିଶା ସଂଗ୍ରାମୀ ଜୟୀରାଜଗୁର ! ଅସ୍ୱୀକାର କଲେ ଦାମ, କହିଲେ ବିଲକୁଲ ମାନିବେ ନାହିଁ ଏଭଳି ତଥ୍ୟ

35

କନକ ବ୍ୟୁରୋ : ଜୟୀ ରାଜଗୁରୁଙ୍କୁ ସ୍ୱାଧିନତା ସଂଗ୍ରାମୀ ମାନ୍ୟତାକୁ ନେଇ ପୁଣି ଉଠିଲା ବିବାଦ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ସ୍ୱାଧିନତା ସଂଗ୍ରାମର ପ୍ରଥମ ଓଡ଼ିଶା ସଂଗ୍ରାମୀ ହେଉଛନ୍ତି ଜୟୀ ରାଜଗୁରୁ । ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଟ୍ୱିଟ୍ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡିଆ ସହିଦ ବୋଲି କହିଛନ୍ତି । ଦେଶ ମା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ବୋଲି ଟ୍ୱିଟରେ ଲେଖିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ପରେ ଜୟୀ ରାଜଗୁରୁଙ୍କୁ ନେଇ କିଛି ଦିନ ତଳେ ଆରମ୍ଭ ହୋଇଥିବା ବିତର୍କ ପୁଣି ତାଜା ହୋଇଛି ।

ସେପଟେ ନବୀନଙ୍କ ଟ୍ୱିଟ ଉପରେ ମତ ଦେଇଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ଏଭଳି ତଥ୍ୟକୁ ସେ ବିଲକୁଲ ମାନିବେ ନାହିଁ ବୋଲି କହିଛନ୍ତି । ପୂର୍ବରୁ ଦାମୋଦର ରାଉତ ଜୟୀରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି କହି ନୂଆ ବିବାଦ ସୃଷ୍ଟି କରିଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ବହୁ ତମ୍ବି ତୋଫାନ ହୋଇଥିଲା ।