ଦୁଇ ଗ୍ଲାସ୍ ଲେମ୍ବୁ ପାଣି ପିଇବା ପରେ ସୁସ୍ଥ ଅନୁଭବ କଲି ! ଟୁଇଟ୍ କରି ସ୍ୱାସ୍ଥ୍ୟବସ୍ଥା ଜଣାଇଲେ ମୁଖ୍ୟମନ୍ତ୍ରୀ

50

vlcsnap-2017-08-15-14h56m30s958କନକ ବ୍ୟୁରୋ : ନିଜ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରା ଓ ଗୁଳୁଗୁଳି ଯୋଗୁୁଁ ଶରୀରରୁ ଜଳୀୟ ଅଂଶ କମିଯାଇଥିବା ସେ ଲେଖିଛନ୍ତି । ଏହାସହ ସେ ଦୁଇ ଗ୍ଲାସ ଲେମ୍ବୁ ପାଣି ପିଇବା ପରେ ସୁସ୍ଥ ଅନୁଭବ କରିଥିବା ଜଣାଇଛନ୍ତି । ଆଜି ଦିନରେ ସମସ୍ତ କାର୍ଯ୍ୟକ୍ରମ ସେ ଯୋଗଦେବେ ବୋଲି ଟ୍ୱିଟରେ ଲେଖିଛନ୍ତି । ତେବେ ବାହାରକୁ ଗଲା ବେଳକୁ ପର୍ଯ୍ୟାପ୍ତ ପରିମାଣର ପାଣି ପିିଇବା ପାଇଁ ଉପଦେଶ ଦେଇଛନ୍ତି । ଏହାସହ ଶୁଭକାମନା ଜଣାଇଥିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।

ସ୍ୱାଧୀନତା ଦିବସ ଅଭିିଭାଷଣ ବେଳେ ହଠାତ ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଥିଲେ । ସଂପୂର୍ଣ୍ଣ କରିପାରିଲେନି ସ୍ୱାଧୀନତା ଦିବସ ସମାରୋହରେ ନିଜ ଅଭିିଭାଷଣ । ବକ୍ତବ୍ୟ ଅଧାରୁ ବନ୍ଦ କରି ଯାଇ ବସିପଡିଲେ । ଆଉ ଏଥିରେ ସହଯୋଗ କରିଥିଲେ ତାଙ୍କ ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ । ଯାହା ଦର୍ଶାଉଥିଲା ଯେ ମୁଖ୍ୟମନ୍ତ୍ରୀ ସୁସ୍ଥ ନାହାନ୍ତି । ଆଉ ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପରେଡ ସ୍ଥଳ ଛାଡି ବାହରି ଯାଇଥିଲେ ନବୀନ ନିବାସ ।

ସୂଚନା ଅନୁସାରେ, ନବୀନ ନିବାସକୁ ଯାଇ କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରିଥିଲେ ।