କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ : ପ୍ରସ୍ତାବିତ ୫ଟି ମେଡିକାଲ କଲେଜର ବକେୟା ଅନୁଦାନ ଦେବାକୁ ଦାବି

58

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦ ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀକୁ ଭେଟି ପ୍ରସ୍ତାବିତ ୫ଟି ମେଡିକାଲ କଲେଜରେ ବକେୟା ଥିବା ୩୯୭କୋଟି ଟଙ୍କା ଦାବି କରିଛନ୍ତି ନବୀନ । ଏହାସହ ୪ଟି ରିଜିଓନାଲ କ୍ୟାନସର ସେଂଟର ପ୍ରତିଷ୍ଠା ଓ ଭୁବନେଶ୍ୱରରେ ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ପାରାମେଡିକାଲ ସ୍ଥାପନ ପାଇଁ ଦାବି ରଖିଛନ୍ତି ନବୀନ ପଟ୍ଟନାୟକ ।