ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଲେ ଆନ୍ତର୍ଜାତୀୟ କ୍ରୀଡା ସଂଘର ସଭାପତି ସେବାଷ୍ଟିଆନ କୋଏ !

24

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇ.ଏ.ଏ.ଏଫ ସଭାପତି ସେବେଷ୍ଟିଆନ କୋଏ । ସେ ଆନ୍ତର୍ଜାତୀୟ କ୍ରୀଡା ସଂଘର ସଭାପତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଏକ ସୌଜନ୍ୟମୁଳକ ସାକ୍ଷାତ କରିଛନ୍ତି ସେବାଷ୍ଟିଆନ କୋଏ ।

ରାଜ୍ୟରେ କ୍ରୀଡାର ଭବିଷ୍ୟତ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅବସରରେ ସେବାଷ୍ଟିଆନ କୋଏ ଏସିୟ ଦୌଡକୁଦ ପ୍ରତିଯୋଗିତା ପାଇଁ କଳିଙ୍ଗ ଷ୍ଟାଡିଅମରେ ହୋଇଥିବା ବିଭିନ୍ନ ବ୍ୟବସ୍ଥା ଓ ସୁବିଧା ସୁଯୋଗକୁ ମଧ୍ୟ ପ୍ରଶଂସା କରିଥିଲେ ।