ରେଳ ବଜେଟରେ ରାଜ୍ୟକୁ ଗୁରୁତ୍ୱ ଦେବାକୁ ନବୀନଙ୍କ ଦାବି! କହିଲେ, ରାଜସ୍ୱ ଦେଉଛି ହେଲେ ପଛରେ ପଡିଛି ଓଡିଶା

37

କନକ ବ୍ୟୁରୋ: ରେଳ ବଜେଟରେ ଓଡିଶାକୁ ଗୁରୁତ୍ୱ ଦେବାକୁ ନବୀନଙ୍କ ଦାବି । ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପ ପାଇଁ ନବୀନ ପ୍ରସ୍ତାବ ଦେଇଛନ୍ତି । ୨୦୧୭-୧୮ ରେଳ ବଜେଟରେ ଓଡିଶା ପାଇଁ ଅଧିକ ଅନୁଦାନ ପାଇଁ ପ୍ରସ୍ତାବ ଦେଲେ । ଭଦ୍ରାଚଳ-ନିମଳାଗଡ, ଗୋପାଳପୁର-ତାଳଚେର, ବରଗଡ-ନୂଆପଡା ଭାୟା ପଦ୍ମପୁର ଦେଇ ରେଳ ପ୍ରକଳ୍ପ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଖଡଗପୁର-ବିଜୟୱାଡା ରେଡ କରିଡର, ଝାରସୁଗୁଡୁ ବିଳାସପୁର ରେଡକରିଡର ପାଇଁ ପ୍ରସ୍ତାବ ଦେଇଛନ୍ତି । ଚାଲିଥିବା ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନିତ କରିବାକୁ ନବୀନ ଦାବି କରିଛନ୍ତି ।