ଦୁର୍ଗା ଅଷ୍ଟମୀ ଦିନ କାହିଁକି କରାଯାଏ କନ୍ୟା ପୂଜନ ! ଜାଣନ୍ତୁ ଏହି କଥା
ନବରାତ୍ରୀରେ ସପ୍ତମୀ ତିଥିରୁ କନ୍ୟା ପୂଜନ ଆରମ୍ଭ ହୋଇଥାଏ ଏବଂ ଏହି ସମୟରେ କନ୍ୟାଙ୍କୁ ଘରକୁ ଡାକି ତାଙ୍କର ସେବା ସକ୍ରାର କରାଯାଏ । କନ୍ୟାଙ୍କୁ ଧରିତ୍ରୀରେ ଦେବୀର ରୂପ ଭାବେ ଦେଖାଯାଏ । ଅଷ୍ଟମୀ ଦିନରେ ଛୋଟ ଛୋଟ କନ୍ୟାଙ୍କୁ ଦେବୀଙ୍କ ରୂପ ଭାବି ତାଙ୍କର ସ୍ୱାଗତ କରାଯାଏ । ବିଶ୍ୱାସ କରାଯାଏ କନ୍ୟାଙ୍କର ଦେବୀଙ୍କ ପରି ଆଦର ସତ୍କାର ଓ ଖାଦ୍ୟ ଖାଇବାକୁ ଦେଲେ ମା’ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ନିଜର ଭକ୍ତଙ୍କୁ ସୁଖ ସମୃଦ୍ଧିର ବରଦାନ ଦେଇଥାନ୍ତି । ନବରାତ୍ରି ପର୍ବ ଅବସରରେ କନ୍ୟା ପୂଜନର ମହତ୍ତ୍ୱ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନଅ କନ୍ୟାଙ୍କର ନଅ ଦେବୀଙ୍କର ପ୍ରତିବିମ୍ବ ଭାବେ ପୂଜା କରିବା ପରେ ଭକ୍ତଙ୍କର ନବରାତ୍ରି ବ୍ରତ ପୁରା ହୋଇଥାଏ । ନିଜର ସାମର୍ଥ୍ୟ ଅନୁସାରେ ସେମାନଙ୍କୁ ଭୋଗ ଲଗାଇ ଦକ୍ଷିଣା ଦେବା ଦ୍ୱାରା ମା’ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏମିତି ବି ଅନେକ ଲୋକ ସପ୍ତମୀରୁ କନ୍ୟା ପୂଜନ ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଯେଉଁ ଲୋକ ପୁରା ନଅ ଦିନ ର ବ୍ରତ କରିଥାନ୍ତି , ସେ ତିଥି ଅନୁସାରେ ନବମୀ ଓ ଦଶମୀରେ କନ୍ୟା ପୂଜନ କରିବା ପରେ ପ୍ରସାଦ ଗ୍ରହଣ କରି ବ୍ରତ ଖୋଲିଥାନ୍ତି । ଶାସ୍ତ୍ର ଅନୁସାରେ , କନ୍ୟା ପୂଜନ ପାଇଁ ଦୁର୍ଗାଷ୍ଟମୀ ଦିନ ସବୁଠୁ ଅଧିକ ମହତ୍ୱପୂର୍ଣ୍ଣ ଓ ଶୁଭ ବୋଲି ବିଶ୍ୱାସ କରାଯାଏ ।